ଗିରଫ ହେବ ଅଭିଜିତ ଆୟାର ମିତ୍ର !

ଭୁବନେଶ୍ବର () ଓଡିଶାର କଳା ସଂସ୍କୃତିକୁ ନେଇ ଅପାତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରର ଅଡୁଆ ବଢିଲା । ଏହି ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ତାର ଜାମିନ ଆବେଦନ ରଦ୍ଦ ହୋଇଛି। ଜାମିନ୍ ଶୁଣାଣି ବେଳେ ସୁପ୍ରିମକୋର୍ଟ ଆୟାରଙ୍କ ଉପରେ କଡ଼ା ଟିପ୍ପଣୀ ରଖିଛନ୍ତି । ସେ ଧର୍ମୀୟ ଭାବନାକୁ ଉସୁକାଉଥିବା କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗେଇ । ଅଭିଜିତଙ୍କ ଜୀବନ ପ୍ରତି ବିପଦ ଥିବା ତାଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ । ଏହାର ଉତ୍ତରରେ ଜେଲ୍ ତାଙ୍କ ପାଇଁ ସୁରକ୍ଷିତ ଜାଗା ବୋଲି କହିଛନ୍ତି ପ୍ରଧାନ ବିଚାରପତି ।

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ର ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ । ଯାହାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ଅଭିଜିତକୁ ଆୟାର ଭର୍ତ୍ସନା କରିଛନ୍ତି । ଧର୍ମୀୟ ଭାବନାକୁ କ୍ଷୂର୍ଣ୍ଣ କରୁଥିବା ଦର୍ଶାଇ ପ୍ରଧାନ ବିଚାରପତି ରଂଜନ ଗୋଗେଇ ଅଭିଜିତଙ୍କ ଜାମିନ ନାମଞ୍ଜୁର କରିଛନ୍ତି । କେବଳ କୋଣାର୍କ ମନ୍ଦିର ନୁହେଁ ବଂର ବିଧାୟକମାନଙ୍କ ଉପରେ ମଧ୍ୟ ଅରୁଚିକର ମନ୍ତବ୍ୟ ରଖିଥିଲେ ଅଭିଜିତ ଆୟାର । ଯାହାକୁ ନେଇ ବିଧାନସଭାରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଅସନ୍ତୋଷ ଜାହିର କରିଥିଲେ। ଏଥିପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶରେ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟି ଗଠନ ହୋଇଛି।

ଜାମିନ ନାମଂଜୁର ହେବା ପରେ ଅଭିଜିତ କୋଣାର୍କ କୋର୍ଟରେ ହାଜର ହେବା ସହ ଆସନ୍ତା 11 ତାରିଖରେ ବିଧାନସଭା ଗୃହ କମିଟି ଆଗରେ ମଧ୍ୟ ଉପସ୍ଥିତ ହୋଇ ନିଜ ପକ୍ଷ ରଖିବାର ସମ୍ଭାବନା ଅଧିକ ହୋଇଛି ।

Share

Leave a Reply

Your email address will not be published. Required fields are marked *

2 × three =