ରାଜ୍ୟରେ ଆରମ୍ଭ ହେଲା ନବମ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ନବମ ଶ୍ରେଣୀରେ ପାଠପଢ଼ା । କରୋନା ସଂକ୍ରମଣ କମିବା ପରେ ସ୍ଥିତିକୁ ଦୃଷ୍ଟିରେ ରଖି କ୍ଲାସରୁମରେ ପାଠପଢ଼ା ଆରମ୍ଭ ହୋଇଛି । ଅଭିଭାବକଙ୍କ ଅନୁମତି ନେଇ ପିଲାମାନେ ଆସିଛନ୍ତି ସ୍କୁଲ । ସକାଳ ୯ଟାରୁ କ୍ଲାସ ଆରମ୍ଭ ହୋଇଥିବା ବେଳେ ସାଢ଼େ ୧୨ଟାରେ ସରିବ ।ପ୍ରବେଶ ପଥରେ ପିଲାମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି । ସମସ୍ତେ ପିନ୍ଧିଛନ୍ତି ମାସ୍କ । ହାତକୁ ସାନିଟାଇନ୍ କରିବାକୁ ବ୍ୟବସ୍ଥା ହୋଇଛି । କ୍ଲାସରୁମରେ ସାମାଜିକ ଦୂରତା ରଖି ବସୁଛନ୍ତି ଛାତ୍ରଛାତ୍ରୀ । ଏଥିପାଇଁ ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା ସହ ସ୍କୁଲ ପରିସରକୁ ସାନିଟାଇନ୍ ବି କରାଯାଇଛି ।କରୋନା କାଳରେ କେମିତି ଅଫଲାଇନ୍ ପାଠପଢ଼ା ହେବ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି ହୋଇଛି । ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବେ । ପୂର୍ବରୁ କୋଭିଡ୍ କଟକଣା ଓ ଗାଇଡଲାଇନ୍ ଅନୁସାରେ କ୍ଲାସରୁମରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

twelve − four =