ରାଜ୍ୟରେ ୬୮ ଆଜି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ଆଉ ୬୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କଟକ ଜିଲାରେ ସର୍ବାଧିକ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଜଗତସିଂହପୁରରେ ୧୦ ଓ ଖୋର୍ଦ୍ଧା ଜିଲାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଢେଙ୍କାନାଳରେ ୬, ଭଦ୍ରକ ୫ ଓ ମୟୁରଭଞ୍ଜରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଅନୁଗୁଳ ଜିଲାରେ ୪, ବାଲେଶ୍ୱର, ଯାଜପୁର ଓ କେନ୍ଦ୍ରାପଡା ଜିଲାରେ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମରେ ୨, ନୟାଗଡ ଓ ସୁନ୍ଦରଗଡରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୧୫୪କୁ ବୃଦ୍ଧିପାଇଛି।

Share

Leave a Reply

Your email address will not be published. Required fields are marked *

18 + thirteen =