୬ଟି ମେଗା ପ୍ରକଳ୍ପକୁ ମଂଜୁରୀ, ୧୫ଟିର ଭୂମୀପୂଜନ

ଭୁବନେଶ୍ବର () : 2025 ସୁଦ୍ଧା ରାଜ୍ୟରେ 2.5 ଲକ୍ଷ କୋଟି ଟଙ୍କାର ନୂଆ ପୁଜିଂ ନିବେଶ ସହ 30 ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ଟାର୍ଗେଟ କରିଛନ୍ତି ସରକାର । ଏହି କରମରେ ଆଜି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥୋରିଟି ବୈଠକରେ 6ଟି ମେଗା ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରିଛନ୍ତି । ଏଥିସହିତ ସଚିବାଳୟରୁ ଭିଡିଓ କନଫରେନିସିଂ ଜରିଆରେ 15ଟି କ୍ଷୁଦ୍ର ଓ ମଧ୍ୟମ ପ୍ରକଳ୍ପର ଭୂମୀପୂଜନ କରିଛନ୍ତି ।

ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥୋରିଟି ବୈଠକରେ 6ଟି ବୃହତ ପ୍ରକଳ୍ପକୁ ମଂଜୁରୀ ମିଳିଛି । ଏହିସବୁ ପ୍ରକଳ୍ପଗୁଡିକ ହେଲା ପାରାଦ୍ବୀପଠାରେ 1,100 କୋଟି ଟଙ୍କା ବିନିଯୋଗରେ ପ୍ଲାଷ୍ଟିକ ଓ ପଲିମର ଶିଳ୍ପ, ସମ୍ବଲପୁରରେ ହିଣ୍ଡାଲକୋ ପକ୍ଷରୁ 5000 କୋଟି ଟଙ୍କା ବିନିଯୋଗରେ ମେଟାଲ ଶିଳ୍ପ, ଢେଙ୍କାନାଳରେ ନାଲକୋ ପକ୍ଷରୁ 5522 କୋଟି ଟଙ୍କା ବିନିଯୋଗରେ ମେଟାଲ ଶିଳ୍ପ, ବେଦାନ୍ତ ପକ୍ଷରୁ ଝାରସୁଗୁଡାରେ 1240 କୋଟି ଟଙ୍କା ବିନିଯୋଗରେ ମେଟାଲ ଶିଳ୍ପ ପ୍ରକଳ୍ପର ସଂପ୍ରସାରଣ ସାଙ୍ଗକୁ ଧାମରାରେ 6500 କୋଟି ଟଙ୍କା ବିନିଯୋଗରେ ରସାୟନିକ ଶିଳ୍ପ ଏବଂ 6483 କୋଟି ଟଙ୍କା ବିନିଯୋଗରେ  ଲାଂଜିଗରେ ଆଲୁମିନା ରିଫାଇନାରୀ ପ୍ରକଳ୍ପର ସଂପ୍ରସାରଣ । ଏହି 6ଟି ପ୍ରକଳ୍ପରେ ମୋଟ 25ହଜାର 845 କୋଟି ଟଙ୍କାର ପୁଂଜି ନିବେଶ ହେବାକୁ ଥିବା ବେଳେ 13ହଜାର 705ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସେହିଭଳି ଯେଉଁ 15ଟି କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ଭୂମୀପୂଜନ ହୋଇଛି ସେହିସବୁ ପ୍ରକଳ୍ପରେ ମୋଟ 1807 କୋଟି ଟଙ୍କାର ପୁଂଜିନିବେଶ ହେବା ସହ 8883ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହିସବୁ ପ୍ରକଳ୍ପ କାର୍ଯ୍ୟକୁ ତ୍ବାରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର 2025 ସୁଦ୍ଧା ରାଜ୍ୟରେ 2.5 ଲକ୍ଷ କୋଟି ଟଙ୍କାର ନୂଆ ପୁଂଜିନିବେଶର ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ ରଖିଛନ୍ତି । ଏହା କାର୍ଯ୍ୟକାରୀ ହେଲେ 30 ଲକ୍ଷ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହିସବୁ ପ୍ରକଳ୍ପ ମଧ୍ୟରେ ରହିଛି 8ଟି ଖାଦ୍ୟ ପ୍ରକ୍ରିୟାକରଶ, ଦୁଇଟି ସିମେଣ୍ଟ, ଗୋଟିଏ ପ୍ଲାଷ୍ଟିକ ଓ ଗୋଟିଏ ଭିତ୍ତିଭୂମୀ ସଂକ୍ରାନ୍ତିୟ ପ୍ରକଳ୍ପ ରହିଛି ।

ତେବେ ନୂଆ ଶିଳ୍ପ ପ୍ରକଳ୍ପରେ ସ୍ଥାନୀୟ ବିଶେଷ କରି ଓଡିଆ ଯୁବକ ଯୁବତୀଙ୍କ ନିଯୁକ୍ତି ଉପରେ ଗୁରୁତ୍ବାରୋପ କରିଛନ୍ତି ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ । ସେ କହିଛନ୍ତି ଯେ, ସ୍ଥାନୀୟ ଯୁବକ ଯୁବତୀଙ୍କୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଏହିସବୁ ଶିଳ୍ପାନୁଷ୍ଠାନରେ ଯେପରି ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପାଇବେ ତାକୁ ଧ୍ୟାନ ଦେବାକୁ ଶିଳ୍ପ ବିଭାଗକୁ ବିଭାଗୀୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

3 − two =