ବଲାଙ୍ଗୀର ଜିଲ୍ଲା ଗ୍ରସ୍ତରେ ୫ଟି ସଚିବ

ସୋନପୁର() ଆଜି ବଲାଙ୍ଗିର ମୁଖ୍ୟଡାକ୍ତରଖାନା ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଭି.କେ. ପାଣ୍ଡିଆନ । ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ଓ ରୋଗୀଙ୍କ ଭଲମନ୍ଦ ବୁଝିଥିଲେ । ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ବି ସେ ପଚାରି ବୁଝିଥିଲେ । ରୋଗୀଙ୍କ ଅଭିଯୋଗର ଖୁବଶୀଘ୍ର ସମାଧାନ ହେବ ବୋଲି ୫ଟି-ସଚିବ ପ୍ରତିଶ୍ରୃତି ଦେଇଛନ୍ତି । ଏହାପରେ ପାଣ୍ଡିଆନ ସୋନପୁର ମୁଖ୍ୟ ଡାକ୍ତରଖାନା ଯାଇଥିଲେ । ଏଠାରେ ସେ ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ।

ରାଜ୍ୟ ସରକାରଙ୍କ ଅନୁଦାନରେ ଚାଲିଥିବା ବିଭିନ୍ନ ଉନ୍ନୟନ କାମର ତଦାରଖ ମଧ୍ୟ କରିଥିଲେ । NRHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ , ସି.ଡି.ଏମ ଓ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହି ଥିଲେ ।

Share

Leave a Reply

Your email address will not be published. Required fields are marked *

1 × 5 =