କୁହାଳିଆ ମନ୍ତ୍ରୀଙ୍କ କମାଲ, ରେକର୍ଡ କଲା ତେଲ ଦର

ଭୁବନେଶ୍ବର (ନି.ପ୍ର.): କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ପ୍ରତିଦିନ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜୁଛନ୍ତି । କେତେବେଳେ ଅପାରଗ, କେତେବେଳେ ପୋଡା ଟ୍ରୋନସଫର୍ମର, କେତେବେଳେ ନିକମା ଏମିତି କେତେ କଣ କହୁଛନ୍ତି । ହେଲେ ଦୈନିକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ଦେଖିଲେ, କେନ୍ଦ୍ରମନ୍ତ୍ରୀ ଏବେ ଏସବୁ ଶବ୍ଦକୁ ନିଜ ପ୍ରତି ବ୍ୟବହାର କରିବେ କି? ଏଭଳି ପ୍ରଶ୍ନ ଏବେ ଉଠାଉଛନ୍ତି କିଛି ସାଧାରଣ ଗ୍ରାହକ ।

ଗୋଟେପଟେ ଆନ୍ତର୍ଜାତିକ ବଜାରରେ ଟଙ୍କାର ମୂଲ୍ୟ ହ୍ରାସ ହଉଛି, ଯାହାର ସିଧାସଳଖ ପ୍ରଭାବ ପଡୁଛି ତେଳ ଦର ଉପରେ । କେନ୍ଦ୍ର ସରକାର ଦେଶର ଅର୍ଥନୀତିକୁ ସୁଧାରି ପାରୁନଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ହନୁମାନ ବୋଲାଉଥିବା ପେଟ୍ରୋଲିୟ ମନ୍ତ୍ରୀ ତେଲ ଦରକୁ ନିୟନ୍ତ୍ରିତ କରିପାରୁନାହାଁନ୍ତି । ଅବଶ୍ୟ ଏଥିରେ ପେଟ୍ରୋଲିୟ ମନ୍ତ୍ରୀଙ୍କ ଭୁଲ ନାହିଁ, ପ୍ରଭୁ ଯେମିତି କୁହାଳିଆ ଭକ୍ତ ବି ସେମିତି କେବଳ ଭଲ ଭାଷଣ ଦେଇପାରନ୍ତି । ସାଧାରଣ ଖାଉଟିଙ୍କ ବିକଳ ସ୍ବର ତାଙ୍କ କାନରେ ପଡୁନି ।

କ୍ରମାଗତ ତୃତୀୟ ଦିନ ଆଜି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଆଜି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୭୭ଟଙ୍କା ୪୮ ପଇସା ଥିବାବେଳେ ଡିଜେଲ ଦର ୭୫ ଟଙ୍କା ୪୧ ପଇସାରେ ପହଞ୍ଚିଛି । ଦେଶର ସମସ୍ତ ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର ସର୍ବକାଳୀନ ରେକର୍ଡ ଟପିଯାଇଛି । ଏଭଳିସ୍ଥିତିକୁ ଦେଖି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ, ପେଟ୍ରୋଲିୟ ମନ୍ତ୍ରଣାଳୟର ନାଁକୁ ମାତ୍ର ମନ୍ତ୍ରୀ ହେଉଛନ୍ତି ଧର୍ମେନ୍ଦ୍ର । ମନ୍ତ୍ରଣାଳୟକୁ ଚଲାଉଛି ରିଲାଏନ୍ସ ଗ୍ରୁପ ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମର ଦର ବୃଦ୍ଧି ପାଇଥିବାରୁ ଭାରତୀୟ ତୈଳ ବଜାର ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି । କିଛି ଦିନ ହେବ ପେଟ୍ରୋଲିୟମ ରପ୍ତାନୀକାରୀ ଦେଶ ସମୂହ ରାଷ୍ଟ୍ର ତୈଳ ଉତ୍ପାଦନ ହ୍ରାସ କରିଛନ୍ତି । ଫଳରେ ଅନ୍ତର୍ଜାତୀୟ ବଜାରରେ ଦର ବଢ଼଼ିଛି । ନିଜର ଅପାରଗତାକୁ ଲୁଚାଇବାକୁ କେନ୍ଦ୍ରମନ୍ତ୍ରୀ ଏବେ ଆମେରିକାର ରାଷ୍ଟ୍ରପତିଙ୍କୁ ଦାୟୀ କରିଛନ୍ତି । ଗୋଟେପଟେ ପ୍ରଦାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ସହ ବନ୍ଧୁତା କରୁଛନ୍ତି, ସେପଟେ ପେଟ୍ରୋଲିୟ ମନ୍ତ୍ରୀ ଆମେରିକାକୁ ଓଡିଶାର ଅର୍ଥନୀତି ପାଇଁ ଦାୟୀ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ବୈଦେଶିକ ନୀତି ଓ ଅର୍ଥନୀତି ଦେଶର ଅର୍ଥନୈତିକ ବିଶାରଦଙ୍କୁ ବି ଚିନ୍ତାରେ ପକାଇଦେଇଛି ।

ଉଚ୍ଚ ତୈଳ ଦରକୁ ନେଇ ଦେବାଳିଆ ହେବାରେ ଲାଗିଛି ଭାରତୀୟ ମୁଦ୍ରା । ରୁପି ବା ଟଙ୍କା ଟଙ୍କା ତୁଳନାରେ ଡଲାରର ବିନିମୟ ମୂଲ୍ୟ ସର୍ବାଧିକ ସୀମା ଛୁଇଁଛି । ଆଜି ଟଙ୍କାର ମୂଲ୍ୟ ୨୩ ପଇସା ହ୍ରାସ ହେବା ପରେ ବିନିମୟ ମୂଲ୍ୟ ପ୍ରଥମ ଥର ଲାଗି ୭୧ଟଙ୍କାରେ ପହଁଞ୍ଚିଛି । ଯାହାକି ଦେଶର ଅର୍ଥନୀତି ପାଇଁ ଚିନ୍ତାଜନକ ବିଷୟ ।

Share

Leave a Reply

Your email address will not be published. Required fields are marked *

four × three =