24 ଘଣ୍ଟା ବିଶୁଦ୍ଧ ପାଣି, 100% ମିଟର ବ୍ୟବସ୍ଥା

ଦାୟିତ୍ବ ନେବେ SHG ମହିଳା

ଭୁବନେଶ୍ବର () ରାଜ୍ୟବାସୀଙ୍କୁ 24 ଘଣ୍ଟା ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ୟୁନିସେଫ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି । ଏଥିପାଇଁ ଭୁବନେଶ୍ବରର 5ଟି ଅଂଚଳ, ପୁରୀର 2ଟି ଅଂଚଳରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯିବ । ମାର୍ଚ୍ଚ 2020 ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।

ପାଇପରୁ ପାଣି ପିଅ, ମିଶନ ନାମିତ ଏହି କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ 24 ଘଣ୍ଟା ପାଣି ଯୋଗାଇ ଦିଆଯିବ ସହିତ ଶତ ପ୍ରତିଶତ ମିଟର ବ୍ୟବସ୍ଥା କରାଯିବ । ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନିୟୋଜିତ କରାଯିବ ଏବଂ ସେଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ତାଲିମ ମଧ୍ୟ ଦିଆଯିବ ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସବୁ ଘରକୁ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ସରକାର ପ୍ରାଥମିକତା ଦେଉଛନ୍ତି । ବିଶୁଦ୍ଧ ପାନୀୟ ଜଳ ହିଁ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ବିଶେଷ ସହାୟକ ହୋଇଥାଏ । ତେଣୁ ୟୁନିସେଫର ବୈଷୟିକ ସହାୟତାରେ ଆରମ୍ଭ ହେଉଥିବା ଏହି ପ୍ରକଳ୍ପ ଆମ ଲକ୍ଷ୍ୟ ପୂରଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ପାଇପରୁ ପାଣି ପିଅ, ପ୍ରକଳ୍ପରେ ପୁରୀ, ଭୁବନେଶ୍ବରର 22ହଜାର ପରିବାରର ଏକ ଲକ୍ଷ 20 ହଜାର ଲୋକଙ୍କୁ ବିଶୁଦ୍ଧ ପାଣି ମାର୍ଚ୍ଚ 2020 ସୁଦ୍ଧା ଯୋଗାଇ ଦିଆଯିବ ଏବଂ ପରେ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟର ସବୁ ଅଂଚଳକୁ ଏହି କାର୍ଯ୍ୟକ୍ରମ ସଂପ୍ରସାରଣ କରାଯିବ । ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଓ ୟୁନିସେଫ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

thirteen + four =