ଆଜିଠୁ ଯୁକ୍ତ ୨ ଛାତ୍ର ଛାତ୍ରୀ ପାଇବେ ଆଡମିଟ୍ କାର୍ଡ

ଭୁବନେଶ୍ୱର: ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଆଡମିଟ କାର୍ଡ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । କଲେଜଗୁଡିକୁ ଆଡମିଟ୍ କାର୍ଡ ପଠା ଯାଇଥିବାବେଳେ ଆଜିଠାରୁ ସାମ୍ସ ୱେବସାଇଟ୍ ଜରିଆରେ ଆଡମିଟକାର୍ଡ ଡାଉନଲୋଡ କରିପାରିବେ । ସାମସ ୱେବ୍ସାଇଟ୍ ‘https://samsodisha.gov.in/Juniorweb.aspx <https://samsodisha.gov.in/Juniorweb.aspx> ‘ରୁ ଅନ୍ଲାଇନ୍ରେ ଆଡମିଟ କାର୍ଡ ଡାଉନ୍ଲୋଡ୍ କରିପାରିବେ ।

ତେବେ କରୋନା ମାର୍ଗଦର୍ଶିକା ଅନୁଯାୟୀ ପ୍ରକ୍ଟିକାଲ୍ ରିପୋର୍ଟ ଦାଖଲ ଓ ଅନ୍ୟାନ୍ୟ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଲାଗି ସିଏଚ୍ଏସ୍ଇ ସମସ୍ତ ଜୁନିଅର କଲେଜକୁ ନିର୍ଦ୍ଦେଶ ଦେଇଛି । ସେହିପରି ପରବର୍ତ୍ତୀ ପର‌୍ୟ୍ୟାୟରେ ଟାବୁଲେସନ୍ ଓ ଅନ୍ୟାନ୍ୟ ପ୍ରକ୍ରିୟା ସାରିବା ପାଇଁ ମଧ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଯଦିଓ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା +୨ ଫଳ ପ୍ରକାଶ କରିବା ଲାଗି ସିଏଚ୍ଏସ୍ଇ ପ୍ରସ୍ତୁତି ଚଳାଇଥିଲା, ମାତ୍ର ସୁପ୍ରିମକୋର୍ଟର ନିର୍ଦ୍ଦେଶନାମା ଅନୁଯାୟୀ ଜୁଲାଇ ୩୧ସୁଦ୍ଧା ଫଳ ପ୍ରକାଶ ଲାଗି ସିଏଚ୍ଏସ୍ଇ ଯୋଜନା କରୁଛି ।

ସୂଚନାଯୋଗ୍ୟ ଯେ, ଜୁଲାଇ ୩୧ ତାରିଖ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ୱାଦଶ ଫଳ ପ୍ରକାଶ ଲାଗି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବା ସହିତ ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟକୁ ଅବଗତ କରିଛି । ଅନୁରୂପ ଭାବେ ଆଇସିଏସଇ ବୋର୍ଡ଼ ମଧ୍ୟ ଜୁଲାଇ ୨୦ ସୁଦ୍ଧା ଦ୍ୱାଦଶ ଫଳ ପ୍ରକାଶ କରିବ ବୋଲି ସୂଚନା ଦେଇଛି । ତେବେ ସିବିଏସ୍ଇ ଓ ଆଇସିଏସ୍ଇ ସହିତ ସମସ୍ତ ରାଜ୍ୟ କାଉନସିଲ୍ ମଧ୍ୟ ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ କରିବା ଓ ଆସନ୍ତା ୧୦ ଦିନ ମଧ୍ୟରେ ମୂଲ୍ୟାୟନର ପ୍ରକ୍ରିୟା ନିର୍ଦ୍ଧାରଣ କରିବାକୁ ସୁପ୍ରିମକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

seven + 17 =