50,073ଟି ପ୍ରକଳ୍ପ ପାଇଁ 1234 କୋଟି ଟଙ୍କା ମଂଜୁର

ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଧର୍ମଶାଳା ଆଗରେ

ଭୁବନେଶ୍ବର () ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 6ଟି ଜିଲ୍ଲାର 7ଟି ବ୍ଲକ ପାଇଁ 33.30 କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହି ବ୍ଲକଗୁଡିକ ହେଲା, ନୟାଗଡ ଜିଲ୍ଲାର ରଣପୁର, ଯାଜପୁର ଜିଲ୍ଲାର ବରି, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ଅନୁଗୁଳ ଜିଲ୍ଲାର କିଶୋରନଗର, ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ଓ ମୟୁରଭଂଜ ଜିଲ୍ଲାର କୁଲିଅଣା ଓ ସୁକ୍ରୁଲି ।

ରଣପୁର ବ୍ଲକର 37ଟି ପଂଚାୟତ ପାଇଁ 8 କୋଟି ଟଙ୍କାରେ 342ଟି ପ୍ରକଳ୍ପ, ବରି ବ୍ଲକର 29ଟି ପଂଚାୟତ ପାଇଁ 3 କୋଟି ଟଙ୍କାରେ 165ଟି ପ୍ରକଳ୍ପ, ମୋହନା ବ୍ଲକର 35ଟି ପଂଚାୟତ ପାଇଁ 7.18 କୋଟି ଟଙ୍କାରେ 239ଟି ପ୍ରକଳ୍ପ, ଚିତ୍ରକୋଣ୍ଡା ବ୍ଲକର 18ଟି ପଂଚାୟତ ପାଇଁ 4.28 କୋଟି ଟଙ୍କାରେ 196ଟି ପ୍ରକଳ୍ପ, କିଶୋରନଗର ବ୍ଲକର 23ଟି ପଂଚାୟତ ପାଇଁ 5 କୋଟି ଟଙ୍କାର 186ଟି ପ୍ରକଳ୍ପ, ନନ୍ଦାହାଣ୍ଡି ବ୍ଲକର 11ଟି ପଂଚାୟତ ପାଇଁ 2.75 କୋଟି ଟଙ୍କାରେ 149ଟି ପ୍ରକଳ୍ପ, କୁଲିଅଣା ବ୍ଲକର 17ଟି ପଂଚାୟତ ପାଇଁ 4.09 କୋଟି ଟଙ୍କାରେ 142ଟି ପ୍ରକଳ୍ପ ଓ ସୁକ୍ରୁଲି ବ୍ଲକର 10ଟି ପଂଚାୟତ ପାଇଁ 2 କୋଟି ଟଙ୍କାରେ 86ଟି ପ୍ରକଳ୍ପ ଏହିପରି ମୋଟ 7ଟି ବ୍ଲକର 145ଟି ପଂଚାୟତ ପାଇଁ 33.30 କୋଟି ଟଙ୍କାରେ 1340ଟି ପ୍ରକଳ୍ପକୁ ମଂଜୁରୀ ମିଳିଛି ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ରାଜ୍ୟର 248ଟି ବ୍ଲକର 5421ଟି ଗ୍ରାମପଂଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଂଜୁର କରିଛନ୍ତି । ଏପର୍ଯ୍ୟନ୍ତ 50ହଜାର 73ଟି ପ୍ରକଳ୍ପ ପାଇଁ 1234.34 କୋଟି ଟଙ୍କା ମଂଜୁର କରାଯାଇଛି ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆମ ଗାଁ ଆମ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସବୁଠୁ ଆଗରେ ଅଛି । 170 ଦିନ ମଧ୍ୟରେ ଧର୍ମଶାଳା ବ୍ଲକରେ 3.76 କୋଟି ଟଙ୍କାରେ 119ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି । ଏହି ବ୍ଲକର ଜନସାଧାରଣଙ୍କ ଦକ୍ଷତା ଓ କାର୍ଯ୍ୟକ୍ରମ ପ୍ରତି ଆନ୍ତରିକତାରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ବ୍ଲକର ପଂଚାୟତ ପ୍ରତିନିଧି ଓ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଛନ୍ତି । ଅନ୍ୟ ବ୍ଲକମାନେ ଏଭଳି ଭାବେ ଦକ୍ଷତା ପ୍ରଦର୍ଶନ କରି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି  ।

Share

Leave a Reply

Your email address will not be published. Required fields are marked *

8 − five =