କର୍ଫ୍ୟୁ ପାଇଁ ରାଜଧାନୀରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର: ଆଜି ନାଇଟ୍ କର୍ଫ୍ୟୁ ସମ୍ବନ୍ଧରେ ପ୍ରେସମିଟ୍ କରି ଏଭଳି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କୋଭିଡ୍ ସଂକ୍ରମଣକୁ ଦେଖି ଆଜିଠୁ ସାରା ରାଜ୍ୟରେ ଲାଗୁ ହେବାକୁ ଯାଉଛି ନାଇଟ୍ କର୍ଫ୍ୟୁ । ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ଆଜି ରାତି ୯ଟାରୁ କର୍ଫ୍ୟୁ ଲାଗିବ । ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ନାଇଟ୍ କର୍ଫ୍ୟୁ ପାଳନ କରିବାକୁ ଜନତାଙ୍କୁ ନିବେଦନ କରିବା ସହିତ ଅମାନିଆଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର କହିଛନ୍ତି। ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ । ଅନ୍ୟ ସମସ୍ତ ସେବା ଉପରେ ରୋକ୍‌ ଲଗାଯାଇଛି ।

ପୁଲିସ କମିଶନର କହିଛନ୍ତି, ନାଇଟ୍‌ କର୍ଫ୍ୟୁ ସମୟରେ କଟକ ଏବଂ ଭୁବନେଶ୍ଵରରେ ବ୍ୟାପକ ପୁଲିସ ମୁତୟନ ହେବେ। କର୍ଫ୍ୟୁ କଡାକଡି ପାଳନ ପାଇଁ ରାଜଧାନୀରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୬୦ ଅଫିସର ମୁତୟନ ହେବେ। ଏଥିସହ ଭୁବନେଶ୍ଵରରେ ପ୍ରାୟ ୨୫ଟି ଜାଗାରେ ଚେକ୍ ପଏଣ୍ଟ କରାଯାଇଛି। ୩୫ଟି ପିସିଆର ଏବଂ ୧୫ଟି ମନିଟରିଂ ପିସିଆର ସହରରେ ପାଟ୍ରୋଲିଂ କରିବେ।

Share

Leave a Reply

Your email address will not be published. Required fields are marked *

17 + seven =