ନକଲି ଔଷଧ : ଆଉ ଦୁଇ ଗିରଫ

କଟକରେ ନକଲି ଔଷଧ କାରବାର ମାମଲା । ଆଉ ୨ ଜଣ ଔଷଧ ବିକ୍ରେତାଙ୍କୁ ଗିରଫ କଲା ପୋଲିସ । କଟକରେ ନକଲି ଔଷଧ କାରବାର ଘଟଣାରେ ପୋଲିସକୁ ସଫଳତା । ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୁରୀ ଘାଟ ଥାନା ପୋଲିସ । ନୟା ସଡକର ଦୁଇ ଏଜେନ୍ସିର ମାଲିକଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ଗିରଫ ଡିଷ୍ଟ୍ରିବିୟୁଟରଙ୍କ ଠାରୁ ଔଷଧ କିଣୁଥିଲେ ଏମାନେ । ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ପୋଲିସ ଗିରଫ କରିସାରିଛି ।
ସୂଚନା ଥାଉକି, କିଛି ଦିନ ତଳେ କଟକର ବିଭିନ୍ନ ସ୍ଥାନରେ ନକଲି ମେଡିସିନ୍ କାରବାର ନେଇ ସୂଚନା ପାଇଥିଲା ଡ୍ରଗ କଂଟ୍ରୋଲର ଟିମ । ଏହାପରେ ଉକ୍ତ ସ୍ଥାନମାନଙ୍କରେ ଚଢାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ନକଲି ମେଡିସିନ ଜବତ ହୋଇଥିଲା । ଏକ ନାମୀ କମ୍ପାନୀର ଔଷଧକୁ ନକଲି କରି ବିକ୍ରି କରୁଥିଲେ । ଘଟଣା ଜଣାପଡିବା ପରେ ଦୁଇ ହୋଲସେଲରଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେଇଥିଲା କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଂଘ । ଉଭୟ ବ୍ୟବସାୟୀଙ୍କର ସଦସ୍ୟତା ରଦ୍ଧ କରିଛି ସଂଘ । ପରେ ସେହି ଦୁଇ ହୋଲସେଲର ମଧ୍ୟ ଗିରଫ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

fifteen − 14 =