ସରକାରୀ କ୍ୱାଟର ଆଗରେ ଉଠା ଦୋକନୀଙ୍କ ଦୌରାତ୍ମ୍ୟ, କମିଶନରଙ୍କ ନିର୍ଦେଶକୁ ଫୁ

ଭୁବନେଶ୍ବର ()  ସରକାରୀ ଜାଗା, ନାଳ ଓ ସରକାରୀ କ୍ବାଟର ଗେଟ ସାମ୍ନା ଅକ୍ତିଆର କରି ଉଠା ଦୋକାନୀଙ୍କ ମାନମୁଖୀ କାର୍ୟ୍ୟରେ ଅତିଷ୍ଠ ହୋଇ ଦୁଇ ନମ୍ବର ସରକାରୀ କ୍ୱାଟର ଅନ୍ତେବାସୀମାନେ ଲିଖିତ ଅଭିଯୋଗ କରିଛନ୍ତି। ସରକାରୀ ଗାଡି, ଆମ୍ବୁଲାନ୍ସ ନେବା ଆଣିବା, ମାତ୍ରାଧିକ ଜନଗହଳି ଯୋଗୁଁ ଚାଲିକି ଯିବା ଆସିବାରେ ନାହିଁ ନଥିବା ଅସୁବିଧା,ରାତିରେ ଘର ଆଗରେ ପରିଶ୍ରା କରିବା, ଗଣ୍ଡଗୋଳ ଓ ଜନଗହଳି ଯୋଗୁଁ ଅଶାନ୍ତି ଇତ୍ୟାଦି ପ୍ରମୁଖ କାରଣ ଅନ୍ତେବାସୀ ମାନଙ୍କ ଜୀବନ ଅତିଷ୍ଠ ।

ବାସ୍ତବତା ଅନୁଭବ କରି ତୁରନ୍ତ ଉଚ୍ଛେଦ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଭୁବନେଶ୍ୱର ଉନ୍ନୟନ କାର୍ତ୍ତୁପକ୍ଷକୁ ନିର୍ଦ୍ଦେଶ ଦିଆ ଯାଇଛି। କେବଳ ସେତିକି ନୁହେଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ ଉପାଧ୍ୟକ୍ଷ ତଥା ଭୁବନେଶ୍ୱର ମହାନଗର ନିଗମର କମିଶନର ପ୍ରେମଚାନ୍ଦ ଚୌଧୁରୀ ଜଣେ ଦକ୍ଷ ପ୍ରଶାସକ ହିସାବରେ ବେଶ ସୁପରିଚିତ। ସେ ନିଜେ ଅସୁବିଧା କୁ ଉପଲବ୍ଧି କରି ଉଚ୍ଛେଦ କାର୍ୟ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର BMC ଓ BDA ର କେତେକ ଅସାଧୁ କର୍ମଚାରୀଙ୍କ ଦୀର୍ଘ ଦିନର ମେଣ୍ଟ ଅନ୍ୟ ଜାଗାରେ ଉଚ୍ଛେଦ ଭଳି ଦୁଇ ନମ୍ବର ଉଚ୍ଛେଦ କାର୍ୟ୍ୟ ଦିଗହରା ହେଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ମୁଦୁଲି ବାବୁଙ୍କ ମଧ୍ୟସ୍ତତାରେ ପାତ୍ର ବାବୁ ମୋଟା ଅଙ୍କର ଅର୍ଥ ହାତେଇ ଉଚ୍ଛେଦ କାର୍ୟ୍ୟକୁ ଗଡେଇବା, ଟାଳଟୁଳ ନୀତି ଆପେଣେଇବାରେ ତାଙ୍କ ଅଭ୍ୟାସରେ ପଡ଼ିଗଲାଣି। ଦୁଇ ନମ୍ବର ପି.ଡବ୍ଲୁ. ଡି. ରୋଡ଼ ନମ୍ବର ୬ ର ଉଠାଦୋକାନୀଙ୍କ ଠାରୁ ତିନି ଲକ୍ଷ ନେଇ କୁମାର ପୂର୍ଣ୍ଣିମା ପର୍ୟ୍ୟନ୍ତ ଉଚ୍ଛେଦ କାର୍ୟ୍ୟକୁ ଗଡେଇ ଦେବାକୁ କଥା ଦେଇଛନ୍ତି ଓ ଭୂବନେଶ୍ୱର ମହାନଗର ନିଗମର କେତେଜଣଙ୍କୁ ମୋଟା ଅଙ୍କର ଦଶହରା ଭେଟି ଦେଇ ଉଦ୍ଦେଶ୍ୟକୁ ସଫଳ କରିବାକୁ ଚକ୍ରାନ୍ତ କରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ନିକଟରେ ଦୁଇ ନମ୍ବର ରୋଡ଼ ୬ ର ଗୋଟେ ଦୋକାନକୁ ଅଧା ଭାଙ୍ଗି ମୋଟା ଅଙ୍କର ମାଲ ନେଇ ଛାଡି ଚାଲିଯିବା ଭଙ୍ଗା ଜିନିଷ ନଉଠେଇ କ୍ବାଟର ସାମ୍ନାକୁ ଅଳିଆ ଗଦାରେ ପରିଣତ କରିବା, କ୍ବାଟର ଅନ୍ତେବାସୀଙ୍କୁ ଦୁଃଖୀ କରିଛି।

ମୁଖ୍ୟମନ୍ତ୍ରୀଙ୍କର ୫ଞ ଓ ସ୍ମାର୍ଟ ସିଟି ତାଲିକାରେ ଏକ ନମ୍ବର,ଭୁବନେଶ୍ୱରର ଉନ୍ନତି ପଥେ ଏଇ ଅସାଧୁ କର୍ମଚାରୀଙ୍କ ଯୋଗୁଁ ଧିମେଇ ଯାଉଛି। ଏ ପାତ୍ର ଆଉ ମୁଦୁଲି କିଏ ! ଏମାନଙ୍କୁ ଖୋଜି ବାହାର ନକଲେ ପ୍ରଶାସନର ସ୍ୱଚ୍ଛତାରେ କଳଙ୍କ ଲାଗିବ। ଭିଜିଲାନ୍ସ ବା ଅନ୍ୟ କୌଣସି ତଦନ୍ତକାରୀ ସଂସ୍ଥା ଦ୍ୱାରା ଏ ପାତ୍ର ମୁଦୁଲିଙ୍କ ବିଷୟରେ ଏକ ନିରପେକ୍ଷ ତଦନ୍ତ କରିବାକୁ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

three × three =