ହୁ ହୁ ହୋଇ ଜଳିଯାଉଛି ଜଙ୍ଗଲ

ହୁ ହୁ ହୋଇ ଜଳିଯାଉଛି ଜଙ୍ଗଲ। ଜଳୁଛି ରାଜଧାନୀ ଉପକଣ୍ଠ ଘାଟିକିଆ ଜଙ୍ଗଲ। ନିଆଁରେ ୨ ଏକର ପରିମିତ ଜଙ୍ଗଲ ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ୧୦ ରୁ ଉର୍ଦ୍ଧ୍ବ ବଡ଼ବଡ଼ ଆମ୍ବ ଗଛ ପୋଡି ପାଉଁଶ ହୋଇଯାଇଛଇ। ଆମ୍ବ ଗଛ ସହ ବାଉଁଶ ବୁଦାରେ ନିଆଁ ଲାଗିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଜାରି ରଖିଛି। ନିଆଁ ଲିଭା କାର୍ଯ୍ୟରେ ଦୁଇଟି ଦମକଳ ନିୟୋଜିତ ହୋଇଛି। ଜଙ୍ଗଲରେ କେହି ନିଆଁ ଲଗେଇ ଦେଇଥିବା ସନ୍ଦେହ କରାଯାଉଛି।

Share

Leave a Reply

Your email address will not be published. Required fields are marked *

fifteen − 2 =