୩ ଘଣ୍ଟା ପୂର୍ବରୁ ରଥ ଟଣା ଆରମ୍ଭ

ପୁରୀ: ବଡ଼ଦାଣ୍ଡରେ ଗଡ଼ୁଛି ରଥ । ତେବେ ଚଳିତବର୍ଷର ନୀତି ନିର୍ଘଣ୍ଟର ତିନିଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଛି । ପ୍ରଥମେ ପ୍ରଭୁ ବଳବଦ୍ରଙ୍କ ରଥ ଟଣା ହୋିଥିବା ବେଳେ ପରେ ମାତା ସୁଭଦ୍ରାଙ୍କ ରଥକୁ ଟଣାଯାଇଛି । ସେପଟେ ଶେଷରେ ବଡ଼ଠାକୁରଙ୍କ ନନ୍ଦିଘୋଷ ଟଣାଯିବା ନେଇ ପ୍ରସ୍ତୁତ ହୋଇ ରହିଛି । ତେବେ ଦିନ ୩ଟାରେ ରଥଟଣା ଯିବା ନେଇ ନୀତି ନିଘଣ୍ଟଟ ହୋଇଥିଲା । ମାତ୍ର ୩ ଘଣ୍ଟା ପୂର୍ବରୁ ସବୁ ନୀତି ସମ୍ପନ୍ନ ହୋଇ ସାରିଛି । ରାତି ୪ଟାରୁ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଥିଲା । ଗଜପତି ମହାରାଜାଙ୍କ ଛେରା ପହଁରା ପରେ ଘୋଡ଼ାଜଚା ଏବଂ ଡାହୁକ ବସିବା ପରେ ରଥଟଣା ଆରମ୍ଭ ହୋଇଛି । ସେବାୟତମାନେ ରଥକୁ ଟାଣୁଛନ୍ତି ।

ଚଳିତ ବର୍ଷ ପୁରୀକୁ ସାଧାରଣ ଭକ୍ତଙ୍କୁ ବାରଣ ହୋଇଛି । ପୁରୀର ଜନତା ମଧ୍ୟ ନିଜ ଘରର ଛାତ ଉପରେ ଥାଇ ରଥଯାତ୍ରାକୁ ଦେଖିପାରୁ ନାହାନ୍ତି । ଗତକାଲି ଠାରୁ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହୋଇଯାଇଛି । କରୋନା ଗାଇଡଲାଇନ ଅନୁସାରେ ଘୋଷଯାତ୍ରାର ଆୟୋଜନ ହେଉଥିବାରୁ ଲୋକମାନେ ବାଧ୍ୟତାମୂଳକ ଭାବେ କଟକଣାକୁ ପାଳନ କରୁଛନ୍ତି । ଲୋକେ ମହାପ୍ରଭୁଙ୍କ ଯାତ୍ରାକୁ ଟେଲିଭିଜନ ମାଧ୍ୟମରେ ଦେଖୁଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × two =