ଅନୁପର ଗିରଫଦାରୀ ପରେ ଡ୍ରାଇଭରକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର() ପ୍ରେମିକାକୁ ପତ୍ନୀର ସୀକୃତି ଦେବା ପାଇଁ ଦାବି କରିବା ପରେ ଜଣେ ରାଜନେତା କିପରି ନରହନ୍ତା ସାଜିପାରେ ସେ ସମ୍ପପର୍କରେ ଗିରଫ ହୋଇଥିବା ଝାରସୁଗୁଡାର ପୂର୍ବତନ ବିଧାୟକ ଅନୁପ ସାଏଙ୍କର ପୋଲିସ ଆଗରେ ବୟାନରୁ ସ୍ପଷ୍ଟ ହୋଇଯାଇଛି । ନିଜେ ଅନୁପ ଆତତାୟୀ ସାଜି ନିଜର ପ୍ରେମିକା ଓ ତାର ୧୪ ବର୍ଷର ନାବାଳିକା ଝିଅକୁ ଅତି ଅମାନୁଷିକ ଭାବରେ ହତ୍ୟା କରିବା ଘଟଣା ଆଜି ଆଉ ଏକ ନୂଆ ମୋଡ ନେଇଛି । ଅନୁପ ର ବୟାନ ଓ ଛତିଶଗଡ ପୋଲିସର ତଦନ୍ତ ଆଧାରରେ ଅନୁପ ର ବିଶ୍ୱସ୍ଥ ଡ୍ରାଇଭର ବର୍ଦ୍ଧନ ଟପୋକୁ ପୋଲିସ ଗିରଫ କରିଛି । ଖୁବ ଶୀଘ୍ର ଏସମ୍ପର୍କରେ ଛତିଶଗଡ ପୋଲିସ ଗଣମାଧ୍ୟମକୁ ନୂଆ ତଥ୍ୟ ଦେବେ ବୋଲି ଜଣାପଡିଛି ।

ଗତକାଲି ଅନୁପ ଯେଉଁ ବୟାନ ପୋଲିସ ଆଗରେ ଦେଇଛି ତାହା ଯେତିକି ଲୋମ ଟାଙ୍କୁରା ସେତିକି ହୃଦୟ ବିଧାରକ ରାୟଗଡା ଏସପି ସନ୍ତୋଷ ସିଂ କହିଛନ୍ତି, ଅନୁପଙ୍କର ପତ୍ନୀ ଥିଲେ ବି କଳ୍ପନା ନାମ୍ନୀ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ରହିଥିଲା । ନିଜର ଭୁବନେଶ୍ୱର ସୁନ୍ଦରପଦା ଘରେ ପତ୍ନୀ ଭଳି ପଳ୍ପନା ଓ ତାଙ୍କ ନାବାଳିକା ଝିଅ ବବଲିି ସହ ବର୍ଷ ବର୍ଷ ଧରି ଲିଭ-ଇନରେ ରହୁଥିଲେ । ଆଉ ମହିଳା ଜଣଙ୍କ ଯେତେବେଳେ ବିବାହ ପାଇଁ ବାରମ୍ବାର ଜିଦ ଧରିବା ସହ ଏହି ତିନିମହାଲା କୋଠାର ମାଲିକାନା ଦାବି କଲେ ଯାହାଫଳରେ ରାସ୍ତାରୁ ମା’ଝିଅଙ୍କୁ ସମ୍ପୁର୍ଣ୍ଣ ଯୋଜନାବଦ୍ଧ ଭାବେ ହଟାଇଦେଲେ ।

ବିିବାହ କରିବାର ପ୍ରତିଶ୍ରୁତି ଦେଇ ଛତିଶଗଡ ରାୟଗଡାକୁ ନେଇ ଯାଇ ସମ୍ବଲପୁର ବଙ୍ଗୁରସିଆ ରାସ୍ତାରେ ଏକ ନିକାଂଚନ ସ୍ଥାନରେ ଅତି ନୃଶଂସ ଭାବେ ଲୁହା ରଡରେ ପିଟି ପିଟି ହତ୍ୟା ହତ୍ୟ କରିଥିଲେ । ଏହା ପରେ ଶବକୁ ଯେପାୀ ଚିହ୍ନି ନ ହେବ ସେଥିପାଇଁ ଡ୍ରାଇଭର ସହଯୋଗରେ ଉଭୟଙ୍କ ଉପରେ ବୋଲେରୋ ଗାଡି ମଡାଇ ଦେଇଥିଲେ । କୌଣସି ଥ୍ରିଲର ଚଲଚିତ୍ରର କାହାଣୀ ଭଳି ଲାଗୁଥିବା ଏଭଳି ଏକ ଜଘନ୍ୟ ଅପରାଧ ଘଟାଇଛନ୍ତି । ପ୍ରଗରାଜନଗରରୁ ତିନି ତିନି ଥର ବିଧାୟକ ହୋଇଥିବା ବରିଷ୍ଠ ରାଜନେତା ଅନୁପ ସାଏ ।

Share

Leave a Reply

Your email address will not be published. Required fields are marked *

4 × 5 =