ରାଜ୍ୟରେ ଆହୁରି ବଢ଼ିବ ଦିନର ତାପମାତ୍ରା

ରାଜ୍ୟରେ ପୁଣି ଫେରିଛି ତାତି । ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ଅଗ୍ନିବର୍ଷା ହେଉଛି । ଅସହ୍ୟ ତାତି ସହ ଛଟପଟ କରୁଛି ଗୁଳୁଗୁଳି । କାଲିଠୁ ପଶ୍ଚିମ ଓଡ଼ିଶାରେ ଆହୁରି ବଢ଼ିବ ଦିନର ତାପମାତ୍ରା । ତିନି ଦିନ ଯାଏ ନିସ୍ତାର ନାହିଁ । ୮ରୁ ୧୦ ତାରିଖ ଯାଏ ପଶ୍ଚିମ ଓଡ଼ିଶାକୁ ହିଟ୍‌େଓ୍ଵଭ୍‌ ଆଲର୍ଟ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୮ ତାରିଖରେ ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗର ଓ ସମ୍ବଲପୁର ଜିଲ୍ଲାକୁ ଜାରି ହୋଇଛି ଗ୍ରୀଷ୍ମ ପ୍ରବାହ ସତର୍କତା । ୯ ତାରିଖରେ ବରଗଡ଼ର, ସୋନପୁର, ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର ଓ ନୂଆପଡ଼ା ଏବଂ ୧୦ରେ ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାକୁ ହିଟେଓ୍ଵଭ୍‌ ଓ୍ଵାର୍ଣ୍ଣିଂ ଦିଆଯାଇଛି ।

ଗ୍ରୀଷ୍ମ ପ୍ରବାହ ଭିତରେ ସମସ୍ତଙ୍କର ଅପେକ୍ଷା ରହିଛି କେବେ ଆସିବ ମୌସୁମୀ । କେରଳରେ ପହଞ୍ଚିବା ପରେ ଗତି ଧିମା ପଡ଼ିଛି । ବେଶୀ ଆଗକୁ ବଢୁନି ଦକ୍ଷି ପଶ୍ଚିମ ମୌସୁମୀ ବାୟୁ । ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ପାଇଁ ଗତି ମନ୍ଥର ହୋଇଛି । ସେହିପରି ଭାରତ ମହାସାଗରରେ ଗୁରୁଚାପ ବଳୟ ମୌସୁମୀକୁ ସକ୍ରିୟ କରିବାରେ ସହାୟକ ହେଉନି । ଏଭଳି ସ୍ଥିତିରେ ଓଡ଼ିଶା ପ୍ରବେଶ ବି ସାମାନ୍ୟ ବିଳମ୍ବ ହୋଇପାରେ । ୧୧ କିମ୍ବା ୧୨ ତାରିଖ ବେଳକୁ ଓଡ଼ିଶା ଆସିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।

Share

Leave a Reply

Your email address will not be published. Required fields are marked *

1 × 4 =