ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଘରେ ଘରେ ହେବ ଟିକାକରଣ

ବହ୍ମପୁର: ବହ୍ମପୁର ମହାନଗର ନିଗମର ନିଆରା ପ୍ରୟାସ ।ଟିକା ପାଇଁ ଏଣିକି ଅସୁବିଧାର ସମ୍ମୁଖିନ ବା ଲମ୍ବା ଲାଇନ୍ ରେ ଛିଡା ହେବେ ନାହିଁ ବରିଷ୍ଠ ନାଗରିକ । ବରିଷ୍ଠ ନାଗରିକଙ୍କ ସୁବିଧା ନିମନ୍ତେ ଘରେ ଘରେ ହେବ ଟିକାକରଣ । ବ୍ରହ୍ମପୁର ମହାନଗର ନିଗମ ତରଫରୁ ବରିଷ୍ଠ ନାଗରିକଙ୍କ ଟିକାକରଣ ସୁବିଧା ପାଇଁ ଏହି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ।

ବ୍ରହ୍ମପୁରର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ସହଜରେ ଘରେ ଉପଲବ୍ଧ ହେବ ଟିକା । ଟିକାକରଣ ନିମନ୍ତେ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଛି । ଏ ନେଇ ଗଞାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ପ୍ରଦାନ କରିଛନ୍ତି।ଟିକା ନେବା ପାଇଁ ଟିକାକରଣ କେନ୍ଦ୍ରରେ ଲମ୍ବା ଲାଇନ ଧରି ଛିଡାହେବାକୁ ପଡୁଛି । ସେଥିପାଇଁ ବୟସ୍କ ଲୋକ ଓ ଦିବ୍ୟାଙ୍ଗ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁକରି ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ଏଣିକି ଘରେ ଘରେ ଟିକା ବଣ୍ଟନର ବ୍ୟବସ୍ଥା ହେବ । ବୟସ୍କ ନାଗରିକମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି । ଗଞାମ ଜିଲ୍ଲାପାଳଙ୍କ ଏହିଭଳି ପଦକ୍ଷେପ ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ ।ଏହା ଓଡିଶାରେ ପ୍ରଥମଥର ପାଇଁ ହୋଇଛି ।

Share

Leave a Reply

Your email address will not be published. Required fields are marked *

15 − ten =