ରହମାନଙ୍କ ଜାଦୁରେ ଝୁମିବ କଟକ

କଟକ () ବାରବାଟୀ ଷ୍ଟାଡିୟମରେ ଶୁଭିବାକୁ ଯାଉଛି ବଲିଉଡ କଣ୍ଠଶିଳ୍ପୀ ଏ.ଆର୍ ରହମାନଙ୍କ ସ୍ବର । ଆସନ୍ତା ନଭେମ୍ବର 28 ତାରିଖ ଅର୍ଥାତ୍ ବୁଧବାର କଟକ ଆସିବେ ବଲିଉଡ ଲୋକପ୍ରିୟ ଗାୟକ ଏ.ଆର୍ ରହମାନ । ଏଥିପାଇଁ ପ୍ରସ୍ତୁତ ହେଉଛି କଟକ ବାରବାଟୀ ଷ୍ଟାଡିୟମ । ରହମାନ ନିଜ ଟ୍ବିଟରରେ ଏହାକୁ ଘୋଷଣା କରିବା ସହ ଲେଖିଛନ୍ତି ଯେ, ସେ ଏହି ହଜାରେ ବର୍ଷର ସହରରେ ସଂଙ୍ଗୀତ ପରିବେଷଣ କରିବାକୁ ବେଶ ଉତ୍ସାହୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହକିର ପ୍ରଚାର ପାଇଁ ରହମାନଙ୍କ ଉତ୍ସାହକୁ ପ୍ରଶଂସା କରିଛନ୍ତି ।

କେବଳ ଏ.ଆର. ରହମାନ ନୁହଁନ୍ତି, ଏହି କାର୍ଯ୍ୟକ୍ରମକୁ ମେଗାହିଟ୍ ଚଳଚିତ୍ର ବାହୁବଳୀ ହିରୋ ପ୍ରଭାସ ମଧ୍ୟ ଆସିବାର ଯୋଜନା ରହିଛି । ଏହାକୁ ନେଇ  ବାରବାଟୀ ଷ୍ଟାଡିୟମରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ପାଖାପାଖି 25 ହଜାର ଦର୍ଶକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଏବେଠାରୁ ଅନଲାଇନ ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇଗଲାଣି । ଟିକଟ ମୂଲ୍ୟ ଶହେ ଟଙ୍କାରୁ ୫ଶହ ଟଙ୍କା ରହିଛି । ତେବେ ଏବେଠୁ  ରେହମାନଙ୍କ ଫ୍ୟାନମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଲାଣି ।

ବିଶ୍ବକପ ହକିର ପ୍ରଥମ ମ୍ୟାଚ ଭୁବନେଶ୍ବରରେ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଉଦଘାଟନ ମ୍ୟାଚ ଅବ୍ୟବହିତରେ ହକି ଇଣ୍ଡିଆ ଏବଂ ଓଡିଶା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଏ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବଡ ଏଲଇଡି ସ୍କ୍ରିନରେ ବାରବାଟୀ ଷ୍ଟାଡିୟମରୁ ଭାରତ-ଦକ୍ଷୀଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବକପ ହକିର ଉଦଘାଟନୀ ମ୍ୟାଚ ଦର୍ଶକ ଦେଖିବାର ସୁଯୋଗ ପାଇବା ସହିତ ନୃତ୍ୟ ସଙ୍ଗୀତର ଭରପୁର ଆନନ୍ଦ ନେଇପାରିବେ ।

Share

Leave a Reply

Your email address will not be published. Required fields are marked *

9 + 12 =