ମନ ଖୋଲି ହସିଲେ ଗୋପାଳ ଦାସ

ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତଙ୍କ ଅଜବ କାରନାମା। ଅଭିଯୁକ୍ତ ଗୋପାଳ ଦାସଙ୍କ ଆଚରଣକୁ ନେଇ ଚର୍ଚ୍ଚା। ନିଜ ଖବର ପଢ଼ି ହସିଲେ ଗୋପାଳ ଦାସ।

ଝାରସୁଗୁଡ଼ା ବିମାନ ବନ୍ଦରରେ ଦେଖିବାକୁ ମିଳିଲା ଏଭଳି ଦୃଶ୍ୟ। ନ୍ୟୁଜ ୧୮ କ୍ୟାମେରାରେ କଏଦ ହୋଇଛି ଏହି EXCLUSIVE ଭିଜୁଆଲ। ଭଲ କରି ଦେଖନ୍ତୁ, ଗୋପାଳଙ୍କ ଅଙ୍ଗଭଙ୍ଗୀକୁ।

ମନ୍ତ୍ରୀଙ୍କୁ ଗୁଳି କରିବା ଭଳି ବଡ଼ ଅପରାଧ ଘଟାଇବା ପରେ ବି ଗୋପାଳଙ୍କ ଅନୁଶୋଚନା ନାହିଁ। ଅହମ୍ମଦାବାଦ ଯିବା ପୂର୍ବରୁ ଝାରସୁଗୁଡ଼ା ଏୟାରପୋର୍ଟରେ ଗୋପାଳଙ୍କ ଏଭଳି ଆଚରଣ ଦେଖିବାକୁ ମିଳିଛି। ମୁହଁରେ ବାନ୍ଧୁଛନ୍ତି ଗାମୁଛା, ବିନଦାସ୍ ମୁଡ୍‌ରେ ଗୋପାଳ। ଖବରକାଗଜରେ ନିଜ ଖବର ପଢ଼ି ହସୁଛନ୍ତି। ଅପରାଧ ଘଟାଇବା ପରେ ବି କୌଣସି ଅବସୋସ ନାହିଁ ତାଙ୍କର।

ନ୍ୟୁଜ ୧୮ କ୍ୟାମେରାରେ କଏଦ ହୋଇଛି ଗୋପାଳଙ୍କ ଏହି ଭିଜୁଆଲ। ନାର୍କୋ ଟେଷ୍ଟ ପାଇଁ ଗୋପାଳଙ୍କୁ ନିଆଯାଇଛି ଅହମ୍ମଦାବାଦ। ଝାରସୁଗୁଡ଼ା ଏୟାରପୋର୍ଟରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଗୋପାଳଙ୍କୁ ନିଆଯାଇଛି ଅହମ୍ମଦାବାଦ। ଗୋପାଳଙ୍କୁ ଭାୟା କୋଲକାତା ଦେଇ ଅହମ୍ମଦାବାଦ ନିଆଯିବ।

Share

Leave a Reply

Your email address will not be published. Required fields are marked *

3 + 20 =