ବିଜେପି ପ୍ରାର୍ଥୀଙ୍କ ନାଁରେ ଏତଲା

ପୂର୍ବ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଗୌତମ ଗମ୍ଭୀରଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ମତଦାନ ନହେବା ପୂର୍ବରୁ ଗୌତମଙ୍କ ଉପରେ ଏତଲା ରୁଜୁ କରିବା ପାଇଁ ନିର୍ବାଚନ କମିସନ ଆଦେଶ ଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଗତକାଲି ଗୌତମ ଗମ୍ଭୀରଙ୍କର ଦୁଇଟି ଭୋଟର ଆଇଡି ରହିଛି ବୋଲି ଅଭିଯୋଗ କରି ଆପ୍ ର ପୂର୍ବ ଦିଲ୍ଲୀ ପ୍ରାର୍ଥୀ ଅତିଶୀ ହଜାରି କୋର୍ଟରେ ଏତଲା ରୁଜୁ କରିଥିଲେ । ଆଜି ପୁଣି ନିର୍ବାଚନ କମିସନ ଗୌତମ ଗମ୍ଭୀରଙ୍କ ଉପରେ ଏତଲା ରୁଜୁ କରିବା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିନା ଅନୁମତିରେ ଗମ୍ଭୀର ଜଙ୍ଗପୁରାରେ ଜନସଭା କରିଥିଲେ । ଏପ୍ରିଲ ୨୫ରେ ଜନସଭା କରାଯାଇଥିବାବେଳେ ଆଜି ସୂଚନା ପାଇ ନିର୍ବାଚନ କମିସନ ଏଭଳି ଆଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one × three =