ବୁଝିଲାନି ବାପା ମା’ଙ୍କ ପରିସ୍ଥିତି,ପ୍ରେମିକ ସହ ଫେରାର୍‌ ହେଲା ମଙ୍ଗୁଳା କନ୍ୟା

ବାହାଘର ପାଇଁ ସରିଥିଲା କିଣାକିଣି। ଖଟ, ଆଲମିରା ଠାରୁ ଆରମ୍ଭ କରି ବାସନକୁସନ ଯାଏ ସବୁ କିଛି। ଏପଟେ ଅଙ୍କା ସରିଥିଲା ବାହା ଚିତା। ଲେଖାଯାଇଥିଲା ବାହା ତାରିଖ ସହିତ ମାଧବି ସହିତ ଧିରୋଜର ଶୁଭ ବିବାହ। ଘରେ ବି ଆଗମନ ହୋଇସାରିଥିଲା ଅତିଥିମାନଙ୍କର। ହେଲେ ଶେଷ ମୁହୂର୍ତ୍ତରେ ସବୁ କିଛି ଫସର ଫାଟିଲା।

ଆଜ୍ଞା ବାହାଘର ପୂର୍ବରୁ ଫେରାର୍‌ ମାରିଛି ମଙ୍ଗୁଳା କନ୍ୟା। ବରଯାତ୍ରୀଙ୍କୁ ସ୍ୱାଗତ କରିବା ସହିତ କନ୍ୟାଦାନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଯାଇଥିଲା। ରବିବାର ହଳଦୀ ରସମ୍ ମଧ୍ୟ ସରିଯାଇଥିଲା। ସୋମବାର ରାତିରେ ବରଯାତ୍ରୀ ଆସିଥାନ୍ତେ। ଏଥିପାଇଁ ଥିଲା ଖୁସିର ମାହୋଲ । ହେଲେ ବାହାଘର ପୂର୍ବରୁ ପ୍ରେମିକ ସହ ଫେରାର ହୋଇଯାଇଥିଲା ମଙ୍ଗୁଳା କନ୍ୟା ।

ବଲାଙ୍ଗିର ଜିଲ୍ଲା ବୁଢୀସିଂଢୋଲ ଗାଁ ରେ ଘଟିଛି ଏପରି ଏକ ଘଟଣା । ସୂଚନା ମୁତାବକ ଆଜି ବୁଢୀସିଂଢୋଲ ଗାଁ ର ମାଧବୀ ଓ ପଟୁଆପାଳି ଗାଁର ଧିରୋଜ ଙ୍କ ସହ ବାହା ଘର ଠିକ ହୋଇଥିଲା । ଏଥିପାଇଁ ବନ୍ଧୁ ବାନ୍ଧବ ବି ଆସିଥିଲେ । ଭୋଜି ଭାତର ଆୟୋଜନ ଚାଲିଥାଏ । ଯାନିଯୌତୁକ ଦେଇ ଝିଅ କୁ ବାହା ଦେଇଥାନ୍ତେ ମାଁ ବାପା । ହେଲେ ତା ପୂର୍ବରୁ ଝିଅ ନିଖୋଜ ହୋଇଥିଲା। ଏନେଇ ପୁଇଁତଲା ଥାନାରେ ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକେ । ଝିଅ ବାହାନା କରି ପ୍ରେମିକ ସହ ଘରୁ ଫେରାର ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

ଏଭଳି ଘଟଣା ଆମ ସମାଜରେ ବାରମ୍ବାର ଘଟୁଛି। ଆଗପଛ ବାଛ ବିଚାର ନକରି ଏମିତି ପଦକ୍ଷପ ନେଉଛନ୍ତି ଯୁବପୀଢି। ଭଲ ପାଇବା କିଛି ଖରାପ ନୁହେଁ, ହେଲେ ନିଜ ଘରର ସମ୍ମାନ, ବାପା ମାଙ୍କ ଇଜ୍ଜତକୁ ଏମିତି ତଳେ ପକାଇ ଘରୁ ଲୁଚିପଳାଇବାକୁ କଣ ଭଲପାଇବା କୁହନ୍ତି? ଯଦି କାହାକୁ ଭଲ ପାଉଛନ୍ତି ଘରେ କୁହନ୍ତୁ ଆଇନର ଆଶ୍ରୟ ନିଅନ୍ତୁ। ଏମିତି ବିବାହ ଦିନ ଘରୁ ପଳାଇବା କେତେ ଯୁକ୍ତିଯକ୍ତ?

Share

Leave a Reply

Your email address will not be published. Required fields are marked *

6 + one =