ବିମାନ ବନ୍ଦରରେ ମିଳିବ ମହାପ୍ରସାଦ

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମହାପ୍ରସାଦ ବିକ୍ରି କରିବାକୁ ବିମାନ ବନ୍ଦର କର୍ତ୍ତୁପକ୍ଷ ଯୋଜନା କରୁଛନ୍ତି । ରାଜ୍ୟ ବାହାରୁ ଏବଂ ବିଭିନ୍ନ ଦେଶରୁ ଆସୁଥିବା ଯାତ୍ରୀ ଏବଂ ଏଠାରୁ ଯାଉଥିବା ଯାତ୍ରୀ ଯେପରି ସୁବିଧାରେ ଜଗନ୍ନାଥ ଙ୍କ ମହାପ୍ରସାଦ ପାଇବେ ସେ ନେଇ ବ୍ୟବସ୍ଥା କରିବାକୁ ବିମାନ ବନ୍ଦର କର୍ତ୍ତୁପକ୍ଷ କହିଥିଲେ । ନିକଟରେ ବସିଥିବା ବିମାନ ବନ୍ଦରର ଉପଦେଷ୍ଟା କମିଟି ବୈଠକରେ ସଦସ୍ୟମାନେ ମହାପ୍ରଭୁଙ୍କ ପ୍ରସାଦ ଯେପରି ପୁରୀ ଯାଉ ନ ଥିବା ରାଜ୍ୟ ବାହାରର ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ସେ ନେଇ ବ୍ୟବସ୍ଥା କରିବାକୁ କହିଥିଲେ ।ବିମାନବନ୍ଦର କର୍ତ୍ତୃପକ୍ଷ ଟର୍ମିନାଲ ପରିସରକୁ ନିଲାମ ନେଇଥିବା ସଂସ୍ଥା ସହ ଏନେଇ ଆଲୋଚନା କରିଛନ୍ତି। ତେବେ ମହାପ୍ରସାଦରେ ଶୁଖିଲା ଭୋଗକୁ ଅଗ୍ରାଧିକାର ଭିତ୍ତିରେ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଟର୍ମିନାଲ ଭିତରେ ଏଥିପାଇଁ ସ୍ୱତନ୍ତ୍ର ଡିଜାଇନ୍ର ଆଉଟଲେଟ୍ କରାଯିବ। ଯେଉଁଠି ପର‌୍ୟ୍ୟଟକଙ୍କ ପାଇଁ ଶୁଖିଲା ମହାପ୍ରସାଦ ଭୋଗକୁ ଆକର୍ଷଣୀୟ ଡିଜାଇନରେ ପ୍ୟାକିଂ କରି ଉପହାର ପାଇଁ ସଜାଯିବ। କାର ପାର୍କିଂ ଅଞ୍ଚଳରେ ବି ସ୍ୱତନ୍ତ୍ର ଫୁଡ କୋର୍ଟ କରାଯିବ। ଯେଉଁଠି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମିଳିବ। କେବଳ ସେତିକି ନୁହେଁ ରାଜ୍ୟ ପର‌୍ୟ୍ୟଟନ ବିଭାଗ ବିମାନବନ୍ଦର ସୌନ୍ଦର‌୍ୟ୍ୟକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

eleven − four =