ବାଲେଶ୍ୱର ବନ୍ୟା ପରିସ୍ଥିତି ଗମ୍ଭୀର

ବାଲେଶ୍ୱର —ବାଲେଶ୍ୱର ଜିଲ୍ଲା ଭୋଗରାଇ ,ବାଲିଆପାଳ ଓ ବସ୍ତା ଅଂଚଳରେ ବନ୍ୟା ପରିସ୍ଥିତି ଦିନକୁଦିନ ଭୟଙ୍କର ହେବାରେ ଲାଗିଛି ।ବୁଢାବଳଙ୍ଗ ଓ ଜଲକା ନଦୀ ଓବନ୍ୟାଜଳ ବିପଦ ସଂକେତ ଉପରେ ରହିଛି । ଯାହାଫଳରେ ବସ୍ତା-ବାଲିଆପାଳ ରାସ୍ତାରେ ୩ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବା ଫଳରେ ବସ୍ତା-ବାଲିଆପାଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ମଥାନିଠାରେ ଜଳକା ନଦୀର ବନ୍ୟାଜଳ ମଧ୍ୟ ବିପଦ ସଂକେତ ଉପରେ ରହିଛି । ବନ୍ୟାଘେର ମଧ୍ୟରେ ହଜାର ହଜାର ଲୋକ ପିଲାଛୁଆଙ୍କୁ ଧରି ଅତି ଅସହାୟ ଅବସ୍ଥାରେ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସାହାର୍ଯ୍ୟ ରିଲିଫ କାର୍ଯ୍ୟକୁ ତ୍ୱରାନୀତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one × one =