ପ୍ରମୋଦ ଭଗତ ଜିତିଲେ ରୌପ୍ୟ ପଦକ

ପାରାଲିମ୍ପିକ୍‌ ପଦକ ବିଜେତା ପ୍ରମୋଦ ଭଗତ ଆୟର୍ଲାଣ୍ଡ ପାରା ବ୍ୟାଡ଼ମିଣ୍ଟନରେ ରୌପ୍ୟ ପଦକ ଜିତିଛନ୍ତି । ଏସ୍‌ଏଲ୍‌-୩ ସିଙ୍ଗଲ୍ସ ଫାଇନାଲ୍‌ରେ ଓଡ଼ିଶାର ଷ୍ଟାର୍‌ ଖେଳାଳି ପ୍ରମୋଦ ୧୭-୨୧, ୯-୨୧ରେ ଇଂଲଣ୍ଡର ଡାନିଏଲ୍‌ ବେଥେଲଙ୍କ ନିକଟରୁ ହାରି ଯାଇଥିଲେ । ଉଭୟ ଗେମ୍‌ରେ ବେଥେଲ ଆଧିପତ୍ୟ ବିସ୍ତାର କରି ସ୍ୱର୍ଣ୍ଣ ପଦକ ହାତେଇବାରେ ସଫଳ ହୋଇଥିଲେ ।

ପ୍ରମୋଦଙ୍କ ସମେତ ଅନ୍ୟ ଓଡ଼ିଆ ଖେଳାଳି ଦୀପ୍‌ ରଞ୍ଜନ ବିଷୋୟୀ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ପୁରୁଷ ଏସ୍‌ଏଲ୍‌-୪ ସିଙ୍ଗଲ୍ସରେ ଏହି ସଫଳତା ପାଇଥିଲେ । ପାରା ସ୍ପୋର୍ଟ୍ସ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ପକ୍ଷରୁ ଆଜି ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଯାଇଛି ।

Share

Leave a Reply

Your email address will not be published. Required fields are marked *

2 + eleven =