କଣ୍ଟ୍ରୋଲ ରୁମ ପକ୍ଷରୁ ରାଫେଲକୁ ସ୍ବାଗତ

ଅତ୍ୟାଧୁନିକ ଟେକ୍ନୋଲୋଜିରେ ପରିପୂର୍ଣ୍ଣ ଯୁଦ୍ଧ ବିମାନ ରାଫେଲ ଭାରତରେ ପହଁଞ୍ଚୁଛି। ୟୁଏଇରୁ ଉଡାଣ ଆରମ୍ଭ କରିବାର କିଛି ବିଳମ୍ବ ପରେ ୫ଟି ରାଫେଲ ବିମାନ ଭାରତୀୟ ବାୟୁସୀମା ଭିତରକୁ ପ୍ରବେଶ କରିଛି, ଯାହାପରେ କନଟ୍ରୋଲ ରୁମ ପକ୍ଷରୁ ରାଫେଲର ସ୍ବାଗତ କରାଯାଇଥିଲା।

ୟୁଏଇରେ ଯେତେବେଳେ ରାଫେଇ ବିମାନ ଉଡାଣ ଆରମ୍ଭ କରିଥିଲା କିଛି ସମୟ ପରେ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା। ଯେତେବେଳେ ବିମାନ ଆରବ ସାଗରରୁ ବାହାରିଥିଲା ଆଇଏନଏସ୍ କୋଲକାତା କନଟ୍ରୋଲ ରୁମରୁ ଏହାକୁ ସ୍ବାଗତ କରିଥିଲା। ଏହି ସମୟରେ ଆଇଏନଏସ୍ କୋଲକାତା କନଟ୍ରୋଲ ରୁମ ପକ୍ଷରୁ କୁହାଯାଇଥିଲା- ଇଣ୍ଡିଆନ୍ ନାଭାଲ୍ ଓ୍ବାର ସିପ୍ ଡେଲ୍ଟା ୬୩ ଏରୋ ଲିଡର। ୟୁ ଟଚ୍ ଦ ସ୍କାଏ ଓ୍ବିଥ୍ ଗ୍ଲୋରି, ହାପି ହଣ୍ଟିଂ, ହାପି ଲ୍ୟାଣ୍ଡିଂ।’

ଜବାବରେ ରାଫେଲ ବିମାନରେ ଥିବା ପାଇଲଟ ଧନ୍ୟବାଦ ଜଣାଇଥିଲେ। ଏହା ସହିତ କହିଥିଲେ, ଜାହାଜ ସୀମାର ରକ୍ଷା ପାଇଁ ଏଠାରେ ଉପସ୍ଥିତ, ଏହା ସନ୍ତୋଷଜନକ ଅଟେ।’ ଉଲ୍ଲେଖନୀୟ ଯେ, ମଙ୍ଗଳବାର ଫ୍ରାନ୍ସରୁ ୫ଟି ରାଫେଲ ବିମାନ ଉଡାଣ ଆରମ୍ଭ କରିଥିଲେ, ଏହାପରେ ୟୁଏଇରେ ଫ୍ରାନ୍ସର ଏୟାରବେସରେ ଅବତରଣ କରିଥିଲା।

Share

Leave a Reply

Your email address will not be published. Required fields are marked *

nineteen − 7 =