ପରକୀୟା ପ୍ରୀତିକୁ ନେଇ ଗୁଳିକାଣ୍ଡ

ପରକୀୟା ପ୍ରୀତିକୁ ନେଇ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟଣା  ଘଟିଛି । ଏଥିରେ ତିନି ଜଣ ଗୁରୁତର ଆହତ ହୋଇ ପ୍ରଥମେ ଆଠଗଡ଼ ଏବଂ ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡିଛି ।ଘଟଣାରୁ ପ୍ରକାଶ ଯେ ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମରେ ତିଗିରିଆ ଥାନା ଅନ୍ତର୍ଗତ ହରିଡାପଶି ଗ୍ରାମର ସଦାନନ୍ଦ ଦାସ  ମାମୁଁ ଘରେ ଜେନାପଦାରେ ରହି ପାଠ ପଢ଼ୁଥିଲେ । ପରେ ସେ ସେନା ବାହିନୀରେ ଚାକିରୀ କରି ଅବସର ନେବା ପରେ ୬୫ ନଂ ରାଜ୍ୟ ରାଜପଥ କଡ ମାରୁଗୋଠ ଛକରେ ଘର କରି ରହିବା ସହ ଏକ ସର୍ଭିସିଂ ସେଣ୍ଟର କରିଛନ୍ତି। ତେବେ ମାମୁଁଘର ଜେନାପଦା ଗ୍ରାମର ସେନା ବାହିନୀରେ ଚାକିରି କରିଥିବା ଜନୈକ ବ୍ୟକ୍ତିଙ୍କ ସ୍ତ୍ରୀ ସହିତ ଅନୈତିକ ସମ୍ପର୍କ ରହିଥିବା ଅଭିଯୋଗ ହୋଇଛି ।

ଏହି ଘଟଣାକୁ ନେଇ ଲିଟୁନା ଗତ ଏକ ମାସ ତଳେ ସୋସିଆଲ ମିଡ଼ିଆରେ ଉଭୟଙ୍କର ମିଳିତ ଫଟୋ ଛାଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉଭୟ ମଧ୍ୟରେ ବୁଝାମଣା ମାମଲା ଶାନ୍ତ ପଡିଥିଲା ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଅଭିଯୁକ୍ତ ଲିଟୁନା ପାଖରେ ରଖିଥିବା  ନିଜ ବନ୍ଧୁକରୁ ସାତ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି ।  ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାନ୍ତି ଏବଂ ଡାକ୍ତର ଏସ୍. ଦୁଆ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ଦେଇଛନ୍ତି ।  ଆଠଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଲେଖା ହେଲା ବେଳ ସୁଦ୍ଧା ଆଠଗଡ଼ ଥାନାରେ କୌଣସି ଅଭିଯୋଗ ହୋଇ ନଥିବାବେଳେ  ପୁଲିସ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ

Share

Leave a Reply

Your email address will not be published. Required fields are marked *

2 × four =