ଉଦାହରଣ ପାଲଟିଲା କୁନି ଝିଅ, ଭିଡିଓରେ କହିଲା ଏମିତି କଥା …

ଭୁବନେଶ୍ବର() କରୋନା ନେଇ ସାରା ବିଶ୍ୱରେ ଏବେ ଭୟାବହର ବାତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । କରୋନା ମୁକାବିଲା ପାଇଁ ସାରା ଦେଶ ଏବେ ଲକଡାଉନ ହୋଇଛି ।

ଏହି ଭିତର ଭାଇରାଲ ହେବାରେ ଲାଗିଛି କୁନି ଝିଅ ରୁହିର କରୋନା ନେଇ ସଚେତନର ବାର୍ତ୍ତା । ଏହି ଭିଡିଓରେ ଝିଅଟି କେମିତି ସରକାରଙ୍କ ସମସ୍ତ ନିୟମ ମାନି ଘରେ ରହିବା ସହ ମାସ୍କ ବ୍ୟବହାର କରିବା ଉଚିତ ବୋଲି ଉପଦେଶ ଦେଉଛି ।

କହିବାକୁ ଗଲେ କରୋନା ବିତ୍ପତି ବେଳେ ବଡ ବଡ ଲୋକ ଏହାକୁ ନେଇ ସାବଧାନ ହେଉନାହାନ୍ତି । ମାସ୍କ ନପିନ୍ଧି ବାହାରେ ବୁଲୁଛନ୍ତି । ହେଲେ ଏହି ଛୋଟିଆ ପିଲାଟି କରୋନାକୁ ନେଇ ଏଭଳି ବାର୍ତ୍ତା ଉଦାହରଣ ପାଲଟିଛି ।

ଏହି ଭିଡିଓଟିକୁ ୧ ଘଣ୍ଟା ଭିତରେ ୪୦ ହଜାରରୁ ଅଧିକ ଲୋକେ ଦେଖିଥିବା ବେଳେ ଏହାକୁ ୨୫ହଜାର ଲାଇକ ମଧ୍ୟ ମିଳିଛି।

Share

Leave a Reply

Your email address will not be published. Required fields are marked *

four × five =