ନୂଆପଡାରେ ଧରାପଡିଲା ବାଘ

ବାଘକୁ କାବୁ କଲା ବନ ବିଭାଗ । ନୂଆପଡ଼ା ସିଲିଆରିବାହାରା ଗାଁରେ ବୁଲୁଥିବା କଲରାପତରିଆ ବାଘକୁ ବନ ବିଭାଗ କାବୁ କରିଛି । ବାଘଟି ଅସୁସ୍ଥ ହୋଇପଡିଥିବାରୁ ଧରାପଡିଯାଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତିି ।

ଆଜି ସକାଳୁ ଗାଈକୁ ଶିକାର କରି ଖାଇବା ବରେ ବାଘ ଆଉ ଜଙ୍ଗଲକୁ ଯାଇପାରିନଥିଲା । ସ୍ଥାନୀୟ ଲୋପେ ବାଘର ଅତି ନିକଟରେ ଫଟୋ ଏବଂ ଭିଡିଓ ଉତୋଳନ କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ବାଘ ସେମାନଙ୍କ ଉପରେ ଆକ୍ରମଣ କରୁନଥିଲା । କଲରାପତରିଆ ବାଘର ଚିତ୍ର ମୋବାଇଲ କ୍ୟାମେରାରେ କଏଦ ହୋଇଛି । ଏମିତି କି ୨୦-୩୦ ମିଟର ଦୂରରୁ ଯୁବକ ମାନେ ଫଟୋ ଉଠାଉଥିଲେ ବି ବାଘ ଜଙ୍ଗଲକୁ ଯାଉନଥିବା ଲୋକେ କହିଛନ୍ତି । ବାଘ ଅସୁସ୍ଥ ଥିବାର ବି ଅନୁମାନ କରାଯାଉଛି । ଏବେ ବାଘର ଜୀବନ ପ୍ରତି ବିପଦ ରହିଛି ।

Share

Leave a Reply

Your email address will not be published. Required fields are marked *

18 − nine =