ରାଜ୍ୟରେ ସାଙ୍ଘାତିକ କରୋନା ସ୍ଥିତି: ୨୪ ଘଣ୍ଟାରେ ୩୧୦୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୦୮ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୧୪୫୦ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୦୨ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୧୮୦୬ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ୫୨୩ ଜଣ, ବଲାଙ୍ଗୀରରୁ ୧୩୩ ଜଣ, ବରଗଡ଼ରୁ ୧୩୨ ଜଣ,ପୁରୀରୁ ୧୧୪ ଜଣ, କେନ୍ଦୁଝରରୁ ୧୦୫ ଜଣ,ଝାରସୁଗୁଡ଼ାରୁ ୮୯ ଜଣ, ଯାଜପୁରରୁ ୭୫ ଜଣ, ସୋନପୁରରୁ ୪୨ ଜଣ, ରାୟଗଡ଼ାରୁ ୩୮ ଜଣ,ଜଗତସିଂହପୁରରୁ ୨୯ ଜଣ, କୋରାପୁଟରୁ ୨୩ ଜଣ, କେନ୍ଦ୍ରାପଡ଼ାରୁ ୨୨ ଜଣ, ଦେବଗଡ଼ରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୭୧ ଜଣ,କଟକରୁ ୧୬୩ ଜଣ,ନବରଙ୍ଗପୁରରୁ ୧୫୬ ଜଣ, ସମ୍ବଲପୁରରୁ ୧୫୩ ଜଣ, ବାଲେଶ୍ବରରୁ ୧୫୧ ଜଣ,ନୂଆପଡ଼ାରୁ ୧୪୦ ଜଣ, ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରୁ ୫୫ ଜଣ ଲେଖାଏଁ, ଭଦ୍ରକରୁ ୫୩ ଜଣ, ଅନୁଗୁଳରୁ ୪୪ ଜଣ, ଗଜପତିରୁ ୧୮ ଜଣ, ଢ଼େଙ୍କାନାଳାରୁ ୧୬ ଜଣ, ନୟାଗଡ଼ରୁ ୧୫ ଜଣ, କନ୍ଧମାଳରୁ ୧୦ ଜଣ, ବୌଦ୍ଧରୁ ୯ ଜଣ,ମାଲକାନଗିରିରୁ ୩ ଜଣ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

9 + 7 =