ଦୁବାଇର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୪ଭାରତୀୟଙ୍କ ସମେତ ମୋଟ ୧୬ଜଣଙ୍କର ମୃତ୍ୟୁ

ଦୁବାଇର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ଅଗ୍ନିକାଣ୍ଡରେ ୪ଜଣ ଭାରତୀୟଙ୍କ ସମେତ ମୋଟ ୧୬ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୯ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଲ୍ଫ ନ୍ୟୁଜର ସୂଚନା ମୁତାବକ ସିଭିଲ ଡିଫେନ୍ସ ଅପରେଶନ ରୁମକୁ ଶନିବାର ୧୨.୩୫ ମିନିଟରେ ଫୋନ ଆସିଥିଲା କି, ଦୁବାଇର ଅଲ୍ ରାସ ଅଞ୍ଚଳରେ ଥିବା ଏକ ପୁରୁଣା ଆପର୍ଟମେଣ୍ଟରେ ନିଆଁ ଲାଗିଛି । ଏନେଇ ସୂଚନା ପାଇବା ପରେ ଦମକଳବାହିନୀ ଓ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଂଚିଥିଲେ ।

ସେପଟେ ଦୁବାଇ ପୋଲିସର ଶବଗୃହ ନିକଟରେ ଥିବା ଜଣେ ଭାରତୀୟ ସାମାଜିକ କାର୍ଯ୍ୟକର୍ତ୍ତା ନସୀର ବତନପଲ୍ଲୀ କହିଛନ୍ତି କି, ଏହି ଅଗ୍ନିକାଣ୍ଡରେ ୪ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ କେରଳରୁ ୨ଜଣ ଥିବା ବେଳେ ତାମିଲନାଡୁରୁ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏମାନେ ଏହି ଆପାର୍ଟମେଣ୍ଟରେ କାମ କରୁଥିଲେ ।

ବତନପଲ୍ଲୀ କହିଛନ୍ତି କି, ଦୁବାଇ ପୋଲିସ, ଦୁବାଇରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ଓ ମୃତକଙ୍କ ପରିଜନଙ୍କ ସହ ଯୋଗା ଯୋଗ ହୋଇଛି । ସେପଟେ ଦୁବାଇ ସିଭିଲ ଡିଫେନ୍ସର ପ୍ରବକ୍ତା କହିଛନ୍ତି କି, ପ୍ରାଥମିକ ଯାଂଚ ବେଳେ ଜଣାପଡିଛି କି, ଆପର୍ଟମେଣ୍ଟରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଭଳି ଅଗ୍ନିକାଣ୍ଡକୁ ଆୟତ କରିବା କଷ୍ଟକର ହୋଇପଡିଥଲା । ଏହାସହ ଅଗ୍ନିକାଣ୍ଡର କାରଣ ସଂପର୍କରେ ଏବେ ଯାଂଚ ଚାଲିଥିବା କଥା ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 2 =