ଦୁଇ ଦିନିଆ ଆଇଏଏସ ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜିଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ଆଇଏଏସ ସମ୍ମିଳନୀ। ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଏଏସ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ନୂତନ ସଶକ୍ତ ଓଡ଼ିଶା ଗଠନ ଦିଗରେ କାମ କରିବାକୁ ଆହ୍ବାନ ଦେଇଛନ୍ତି। ନୂଆ ଏବଂ ସଶକ୍ତ ଓଡ଼ିଶା ଗଠନ ଦିଗରେ ମିଳିମିଶି କାମ କରିବା ସହ ଗ୍ରାଉଣ୍ଡରେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବିନା ବାଧାରେ ଓ କମ୍ ସମୟରେ ସମାଧାନ କରିବାକୁ ଜିଲ୍ଲାପାଳମାନକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମର ସମସ୍ତ ବିକାଶମୂଳକ ପ୍ରକଳ୍ପଗୁଡିକ ଖୁବ୍ କମ୍ ସମୟ ମଧ୍ୟରେ କାର୍ୟ୍ୟକାରୀ ହୋଇଛି ଏବଂ ଆମର କଲ୍ୟାଣମୂଳକ ପଦକ୍ଷେପ ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚିଛି। ୫ଟି ଓ ମୋ ସରକାର ରାଜ୍ୟରେ ରୂପାନ୍ତରଣ କାର୍ୟ୍ୟକ୍ରମ ଏକ ଯୁଗାନ୍ତକାରୀ ପଦକ୍ଷେପ। ପରିବର୍ତ୍ତନଶୀଳ ପଦକ୍ଷେପ ପାଇଁ ଓଡିଶା ଅନେକ ରାଜ୍ୟଠୁ ଆଗରେ ରହିଛି। କ୍ରୀଡା, ସ୍ୱାସ୍ଥ୍ୟସେବା, ବିଦ୍ୟାଳୟର ପରିବର୍ତ୍ତନ, ମହିଳା ସଶକ୍ତିକରଣ, ଦକ୍ଷତା ବିକାଶ, ଫସଲ ଉତ୍ପାଦନ, କୋଭିଡ୍ ପରିଚାଳନା ହେଉଛି କେତେକ କ୍ଷେତ୍ର ଯାହାକି ବିଶେଷ ଉଲ୍ଲେଖକୁ ଆକର୍ଷିତ କରିଥାଏ । ବର୍ତ୍ତମାନ ବଳକା ଖାଦ୍ୟ ରାଜ୍ୟ ଭାବରେ ଓଡ଼ିଶା ଦେଶରେ ଆଗୁଆ । ଗ୍ରାମାଞ୍ଚଳରେ କୃଷିକ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ମିଲେଟ୍ ମିଶନ ଦେଶରେ ସୃଷ୍ଟି କରିଛି ଉଦାହାରଣ । ପୁଷ୍ଟିକର ଖାଦ୍ୟର ଚାହିଦାକୁ ପୂରଣ କରିଛି ମିଲେଟ୍ ମିଶନ । ଗ୍ରାମାଞ୍ଚଳ ଅର୍ଥ ବ୍ୟବସ୍ଥାକୁ ମିଲେଟ୍ ମିଶନ ସୁଦୃଢ଼ କରିଛି । ରାଜ୍ୟ ଅର୍ଥନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛି ଷ୍ଟାର୍ଟଅପ୍ । ଷ୍ଟାର୍ଟଅପ୍ ପାଇଁ ଓ ହବ୍ ସହାୟକ ହେବ । ଖୁବଶୀଘ୍ର ଦେଶର ଟପ୍ ଥ୍ରୀ ଷ୍ଟାର୍ଟଅପ୍ ଡେଷ୍ଟିନେସନରେ ରହିବ ଓଡ଼ିଶାର ନାଁ । ଷ୍ଟାର୍ଟଅପ ପାଇଁ ଓଡ଼ିଶାକୁ ବାଛିବେ ଯୁବପିଢ଼ି । ରାଜ୍ୟର ସବୁ ପଦକ୍ଷେପ ଭିତରେ ମହିଳା ସଶକ୍ତିକରଣ ହେଉଛି ସବୁଠୁ ବଡ଼ ପ୍ରସଙ୍ଗ । ଆମେ ଆମର ମିଶନ୍ ଶକ୍ତି ଗୋଷ୍ଠୀକୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରେ ରୂପାନ୍ତର କରିବାକୁ ଇଚ୍ଛା କରୁଛୁ।

ଆମେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରୁଛୁ, ଯାହା ଦ୍ବାରା ସେମାନେ ସେମାନଙ୍କର ୟୁନିଟ୍କୁ ସମୃଦ୍ଧ ୟୁନିଟରେ ପରିଣତ କରିପାରିବେ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆମର ମିଶନ୍ ଶକ୍ତି ଗୋଷ୍ଠୀକୁ ୫୦ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଆମର ଲକ୍ଷ୍ୟ ରହିଛି। ଏହି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସଂଗ୍ରହକାରୀମାନେ ମିଶନ ଶକ୍ତି ଗୋଷ୍ଠୀକୁ ସମସ୍ତ ସମ୍ଭାବ୍ୟ ସମର୍ଥନ ଯୋଗାଇବା ଆବଶ୍ୟକ। ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା, ବିଦ୍ୟାଳୟ ପରିବର୍ତ୍ତନ, ପର୍ୟ୍ୟଟନ ପ୍ରୋତ୍ସାହନ, କ୍ରୀଡ଼ା ପରି ଅନ୍ୟ ଫ୍ଲାଗସିପ୍ କାର୍ୟ୍ୟକ୍ରମଗୁଡ଼ିକ ମଧ୍ୟ ଆପଣଙ୍କର ବିଶେଷ ଧ୍ୟାନ ଆବଶ୍ୟକ କରେ। କୋରାପୁଟର ମିଶନଶକ୍ତି ଇଣ୍ଡଷ୍ଟ୍ରିଆଲ ପାର୍କକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ବାସ୍ଥ୍ୟ କଲ୍ୟା ଣ ଯୋଜନା, ସ୍କୁଲ ରୂପାନ୍ତରିକରଣ, ପର୍ଯ୍ୟଟନର ପ୍ରଚାର, ଖେଳ କ୍ଷେତ୍ରକୁ ମଧ୍ୟ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ ଓ ଟୁକୁନି ସାହୁ ଉପସ୍ଥିତ ଥିଲେ। ଏଥିରେ ୧୭ଟି ବିଷୟ ଉପରେ ବିଶେଷ ଆଲୋଚନା କରାଯିବ। ସରକାରଙ୍କ ଯୋଜନା ଓ ଆଭିମୁଖ୍ୟ ତୃଣମୂଳ ସ୍ତରରେ କେତେ ଦୂର ପହଞ୍ଚି ପାରୁଛି, ସେନେଇ ଆଲୋଚନା ହେଉଛି।

ପ୍ରଥମ ଅଧିବେଶନ ଗୁଡ଼ ଗଭରନେନ୍ସ ଉପରେ ରହିଛି। ଆସନ୍ତାକାଲି କୋଣାର୍କ ଇକୋ ରିଟ୍ରିଟ ବୈଠକର ଦ୍ୱିତୀୟ ଦିନ ଆଲୋଚନା କରାଯିବ। ଏଥିରେ କାଳିଆ, ମମତା, ବିଜୁ ସ୍ବାସ୍ଥ୍ୟ ଯୋଜନା ,ମୁକ୍ତା ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯିବ। ଡୋର ଟୁ ଷ୍ଟେପ ଡେଲିଭରି ଉପରେ ଗୁରୁତ୍ୱ ଦିଆଯାଉଛି। ଯେଉଁ ସବୁ ଜାଗାରେ ତ୍ରୁଟି ରହୁଛି ସେସବୁ ଉପରେ ଆଲୋଚନା କରାଯିବ। ସୂଚନାଯୋଗ୍ୟ ପ୍ରାୟ ଦୁଇ ବର୍ଷ ବ୍ୟବଧାନରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ ସମ୍ମିଳନୀ। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବିଗତ ଦୁଇ ବର୍ଷ ହେବ ଏହା ଆୟୋଜିତ ହୋଇପାରୁ ନଥିଲା। ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଓ ଆସନ୍ତାକାଲି କୋଣାର୍କ ଇକୋ ରିଟ୍ରିଟରେ ଏହି କାର୍ଯ୍ୟ କ୍ରମ ଆୟୋଜିତ ହେବ। ଏହି ସମ୍ମିଳନୀରେ ମୁଖ୍ୟ ଶାସନ ସଚିବଙ୍କ ସହ ରାଜ୍ୟର ସବୁ ବିଭାଗର ସଚିବ, ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

8 + nine =