ଦୁଇଦିନ ପୁରୀରେ ଅବସ୍ଥାନ କରିବେ ଆମିକସକ୍ୟୁରି

ପୁରୀ– ଆସନ୍ତା ୨୦ତାରିଖରରେ ପୁରୀ ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପରିମକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ୍କ୍ୟୁରି ପୁରୀ ଗ୍ରସ୍ଥରେ ଆସୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ସହିତ ସେବାୟତମାନେ ମଧ୍ୟ ତତପର ହୋଇଉଠିଛନ୍ତି । ଏବଂ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଯୋରସୋରରେ ଆରମ୍ଭ ହୋଇଛି । ୍ରଆଜି ଏଥିପାଇଁ ପୁରୀ ଗଜପତି ଦିବ୍ୟ ସିଂ ଦେବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା ।
ଆମିକସକ୍ୟୁରି ଶ୍ରୀ ଗୋପାଳ ସୁବ୍ରମଣ୍ୟମ ଆସନ୍ତା ୨୧ ଓ ୨୨ ତାରିଖ ଦୁଇଦିନ ଧରି ପୁରୀରେ ଅବସ୍ଥାନ କରିବେ ଏବଂ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ବିଭିନ୍ନ ଲୋକଙ୍କୁ ଭେଟି ତଥ୍ୟ ସଂଗ୍ରହ କରିବେ ସେ ପ୍ରଥମେ ପୁରୀ ଶଂକରାଚାର୍ଯ୍ୟ ,ଗଜପତି ମହାରାଜ ,ଶ୍ରୀମନ୍ଦିର ପ୍ରଶାସକ ,ବିପି ଦାସ କମିଶନ ଓ ସେବାୟତ ମାନଙ୍କୁ ଭେଟି ଆଲୋଚନା କରିବେ ।
ସେବାୟତ ମାନଙ୍କର ବଂଶଗତ ସେବା ଉଛେଦ ସଂମ୍ପର୍କରେ ସୁପ୍ରିମକୋର୍ଟ ଯେଉଁ ମତାମତ ଦେଇଛନ୍ତି ତାକୁ ନେଇ ସେବାୟତ ମାନଙ୍କ ମଧ୍ୟରେ ଏକ ପ୍ରକାରର ଆଶଙ୍କା ଆତଙ୍କ ଖେଳିଯାଇଛି ଏବଂ ତାକୁ କାର୍ଯ୍ୟକାରୀ କରାଇନଦେବା ପାଇଁ ସେବାୟତମାନେ ପ୍ରାଣପଣେ ଲାଗିଛନ୍ତି ।
ଆଜି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶ୍ରୀମନ୍ଦିର ପ୍ରଶାସକ ପରିଚାଳନା କମିଟି ସଭ୍ୟ ସେବାୟତ ସଂଘର ପ୍ରତିନିଧିମାନେ ଉପସ୍ଥିତରହି ବିଭିନ୍ନ ପ୍ରସଂଗରେ ଆଲେରଚନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

seventeen − seven =