ରାଜ୍ୟରେ ପ୍ରବଳ ବର୍ଷା ଓ ଘଡଘଡିର ଆଶଙ୍କା

ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା : ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏହା ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ବର୍ଷା ସମୟରେ ବିଜୁଳି ଓ ଘଡ଼ଘଡ଼ି ମାରିବାର ସମ୍ଭାବନା ବି ରହିଛି ।
ସେହିପରି ଗତ କାଲି କନ୍ଧମାଳରେ ୬ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କୋରାପୁଟରେ ୫ମିମି, ସମ୍ବଲପୁରରେ ୫ମିମି, ଗଞ୍ଜାମରେ ୪ମିମି, ଗଜପତିରେ ୪ମିମି, ସମ୍ବଲପୁରରେ ୪ମିମି, ରାୟଗଡ଼ାରେ ୩ମିମି, ବଲାଙ୍ଗିରରେ ୩ମିମି, କନ୍ଧମାଳରେ ୩ମିମି, କଳାହାଣ୍ଡିରେ ୩ମିମି, ନୟାଗଡ଼ରେ ୩ମିମି, ଅନୁଗୁଳରେ ୩ମିମି, ପୁରୀରେ ୨ମିମି, ଢ଼େଙ୍କାନାଳରେ ୨ମିମି ଓ ମାଲାକାନଗିରିରେ ୨ମିମି ବର୍ଷା ରେକର୍ଡ କରାଯାଇଥିଲା । ସେହିପରି ଗତ କାଲି ଗୋପାଳପୁରରେ ୩୬. ୧ଡିଗ୍ରି ସର୍ବାଧିକ ତାପମାତ୍ରା ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୧.୦ଡିଗ୍ରି ଟିଟଲାଗଡ଼ରେ ରେକର୍ଡ କରାଯାଇଛି ।ପୂର୍ବ ଓ କେନ୍ଦ୍ର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ଫଳରେ ଆଗାମୀ ୪ ଦିନ ଧରି ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଭଳି ସ୍ଥିତିରେ ମତ୍ସ୍ୟଜୀବିମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ବାରଣ କରିଛି ।

Share

Leave a Reply

Your email address will not be published. Required fields are marked *

nine + two =