ଜୀବନ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ସର୍ବାଧିକ ଗୁରୁତ୍ୱ

ପ୍ରତିଟି ଜୀବନ ମୂଲ୍ୟବାନ । ଜୀବନ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଦେଇ ଆସୁଛନ୍ତି ସର୍ବାଧିକ ଗୁରୁତ୍ବ । ସେଥିପାଇଁ ଏଥର ରାଜ୍ୟ ବଜେଟ୍‌ରେ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି । ଜୀବନ ରକ୍ଷା ପାଇଁ ବାହକ ଆମ୍ବୁଲାନ୍ସର ବେଗକୁ ବଢ଼ାଇ ଦିଆଯାଇଛି ।

କଲ୍ ମିଳିବାର ୨୦ ମିନିଟ୍ ଭିତରେ ରୋଗୀଙ୍କ ପାଖରେ ପହଞ୍ଚିବ ଆମ୍ବୁଲାନ୍ସ । ବର୍ତ୍ତମାନ ଆମ୍ବୁଲାନ୍ସ ପହଞ୍ଚିବାର ହାରାହାରି ସମୟ ଥିଲା ୩୦ ମିନିଟ୍ । ଏଇ ୧୦ ମିନିଟ୍ କରାଯିବା ପଛରେ ବଡ଼ କାରଣ ରହିଛି । କାରଣ ଦୁର୍ଗମ ଅଞ୍ଚଳରେ ଥିବା ରୋଗୀଟିଏ କେମିତି ଯୁଦ୍ଧକାଳୀନ ଭିତ୍ତିରେ ଆସି ହସ୍ପିଟାଲରେ ପହଞ୍ଚି ପାରିବ ଆଉ ତ୍ବରିତ ଚିକିତ୍ସା ପାଇପାରିବ, ତାହା ହିଁ ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ସାଧାରଣରେ ସ୍ବାଗତ କରାଯାଇଛି । ଯେତେ ଶୀଘ୍ର ଆମ୍ବୁଲାନ୍ସ ରୋଗୀଙ୍କ ପାଖରେ ପହଞ୍ଚିବ, ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରେ ।

Share

Leave a Reply

Your email address will not be published. Required fields are marked *

7 + seven =