ଅର୍ଚ୍ଚନାଙ୍କ ଆକାଉଣ୍ଟରେ ହୋଇଛି ୨ କୋଟି ଟଙ୍କାର କ୍ୟାସ୍‌ ଡିପୋଜିଟ୍‌, ଖଗେଶ୍ୱରକୁ ଜେରା ବେଳେ ଜାଣିବାକୁ ପାଇଛି ଇଡି

ଖୋଲୁଛି ଅର୍ଚ୍ଚନା ନାଗଙ୍କ ପେଡ଼ି । ଅର୍ଚ୍ଚନାଙ୍କ ଆକାଉଣ୍ଟରେ ୨ କୋଟି ଟଙ୍କାର ଏଟିଏମ ଓ କ୍ୟାସ୍‌ ଡିପୋଜିଟ୍‌ ହୋଇଥିବା ଜଣାପଡିଛି । ଖଗେଶ୍ୱରକୁ ଜେରା ବେଳେ ଅନେକ ତଥ୍ୟ ଇଡି ହାତରେ ଲାଗିଛି । ଦ୍ୱିତୀୟ ଦିନରେ ଗୁଡାଇ ତୁଡାଇ ପ୍ରଶ୍ନ କରୁଛି ଇଡି । ଇଡି ପ୍ରଶରେ ହଡ଼ବଡ଼େଇ ଯାଉଛି ଖଗେଶ୍ୱର ।

ଖଗେଶ୍ୱର ଟଙ୍କା ଟଆଞ୍ଜାକ୍ସନ ନେଇ ପଚରାଉଚରା କରିଛି ଇଡି । ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଆକାଉଣ୍ଟରେ ମୋଟ ୨ କୋଟି ଟଙ୍କା ଡିପୋଜିଟ୍‌ ହୋଇଛି । କିଛି ବଡ଼ବଡ଼ିଆ ଟଙ୍କା ଡିପୋଜିଟ୍‌ କରିଥିବା ଜଣାପଡିଛି । ଅର୍ଚ୍ଚନା ନାଗଙ୍କ ୧୦ ଟି ଆକାଉଣ୍ଟ ପାଖରେ ପହଞ୍ଚିଛି ଇଡି । ଓଡ଼ିଶା ଭିତରୁ ଏହି ଟଙ୍କା କାରବାର ହୋଇଛି । କିଏ ଓ କାହିଁକି ଏହି ଟଙ୍କା ଡିପୋଜିଟ୍‌ ହୋଇଥିଲା ? ଜଗବନ୍ଧୁଙ୍କ ଅପେକ୍ଷା ଅର୍ଚ୍ଚନାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍‌ ହୋଇଛି ।

ସେକ୍କ ରାକେଟ ଲିଙ୍କ୍‌ ନେଇ ମଧ୍ୟ ଜେରା ହୋଇଛି । ଦେହ ବ୍ୟବସାୟ ଦଲାଲ ସୁନିଲ ମେହେର ସହ କି ସମ୍ପର୍କ ? ଏହି ରାକଟେରେ ଆଉ କିଏ ? ମାଷ୍ଟର ମାଇଣ୍ଡ କିଏ ? ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ୱରକୁ ୧୦ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି ଇଡି। ସବୁଠୁ ବଡ଼ କଥା ହେଲା, ଖଗେଶ୍ୱର ଗିରଫ ପରେ ବଡ଼ବଡ଼ିଆଙ୍କ ଭିତରେ ଛନକା ପଶିଛି । ଖୁବଶୀଘ୍ର ସେମାନଙ୍କ ପାଖରେ ଇଡି ପହଞ୍ଚିବ ବୋଲି ସୂଚନା ମିଳିଛି । ଜେରା ବେଳେ ଖଗେଶ୍ୱର ସହଯୋଗ କରୁନାହିଁ । ଖୁବଶୀଘ୍ର ଜଗବନ୍ଧୁ-ଅର୍ଚ୍ଚନା-ଖଗେଶ୍ୱରକୁ ମୁହାଁମୁହିଁ ଜେରା କରିବ ।

Share

Leave a Reply

Your email address will not be published. Required fields are marked *

20 − 14 =