ମାଡି ଆସୁଛି ପ୍ରଳୟଙ୍କରୀ ସାମୁଦ୍ରୀକ ଝଡ଼ ଅମ୍ଫନ୍‌

ଭୁବନେଶ୍ବର()   ସ୍ଥଳ ଭାଗ ଆଡକୁ କାୟା ବିସ୍ତାର କରି ମାଡି ଆସୁଛି ପ୍ରଳୟଙ୍କରୀ ସାମୁଦ୍ରୀକ ଝଡ଼ ଅମ୍ଫନ୍‌। ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ  ଆଗକୁ ଆଗକୁ ବଢୁଛି ।  ସୁପର ସାଇକ୍ଲୋନରୁ ଏକ୍ସଟ୍ରିମଲୀ ସିଭିୟର ସାଇକ୍ଲୋନିକ ଷ୍କର୍ମର ରୂପ ନେଇସରିଛି ଏହି ସାମୁଦ୍ରୀକ ଝଡ ଅମ୍ଫନ । ଏବେ ପାରାଦୀପଠାରୁ ୩୫୦ କିଲୋମିଟର ଦକ୍ଷିଣ, ଦୀଘାଠାରୁ ୫୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଏବଂ ବାଂଲାଦେଶ ଖେପୁପଡ଼ାଠାରୁ ୭୦୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି ବାତ୍ୟା । ଆସନ୍ତାକାଲି ମଧ୍ୟାହ୍ନ ଭିତରେ ଅମ୍ଫନ ସ୍ଥଳଭାଗ ମୁହାଁ ହେବାର ସମ୍ଭାବନା ରହିଛି ।

 ଏହାପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଝିରେ ସୁନ୍ଦରବନ ନିକଟରେ ମଧ୍ୟାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆକଳନ କରାଯାଇଛି । ଯେତେବେଳେ ଏହି  ଅମ୍ଫାନ ସ୍ଥଳଭାଗ ଛୁଇଁବ ସେତେବେଳେ ଘଣ୍ଟାପ୍ରତି ୧୫୫ରୁ ୧୮୫ କିଲୋମିଟର ବେଗରେ ପବନ ବହିବ । ଏହାର ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

three × five =