ଭାରତର ନିୟମିତ ବ୍ୟବଧାନରେ ୱିକେଟର ପତନ

ସାଉଥମ୍ପଟନ୍‌: ଭାରତର ବ୍ୟାଟିଂ ବିପର୍ଯୟ । ନିୟମିତ ବ୍ୟବଧାନରେ ଖସି ଚାଲିଛି ୱିକେଟ । ଏବେ ମାତ୍ର ୧୮୨ ରନରେ ଭାରତ ୬ଟି ୱିକେଟ ହରାଇ ସାରିଲାଣି । ଦୁଇ ଅଲରାଉଣ୍ଡ ଯୋଡ଼ି ଅଶ୍ୱିନୀ ଓ ଜାଡେଜା ଏବେ ପିଚରେ ମହଜୁଦ ଅଛନ୍ତି । ଭାରତୀୟ ଦଳର କୌଣସି ବି ଖେଳାଳୀ ଏଯାବତ ଅର୍ଦ୍ଧଶତକ କରି ନାହାଁନ୍ତି । ରାହାଣେ ସର୍ବାଧିକ ୪୯ ରନ କରି ପାଭିଲିୟନ ଫେରିଛନ୍ତି । ରାହାଣେଙ୍କ ପଛକୁ କୋହଲି ୪୪ ରନ କରିଛନ୍ତି । ଯୁବ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ପନ୍ଥ ବିଫଳ ହୋଇଛନ୍ତି । ସେ ୨୨ଟି ବଲ ଖେଳି ମାତ୍ର ୪ରନ କରିଛନ୍ତି । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଜେମିନସନ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ନେଲ ୱାଙ୍ଗର ୨ଟି ଓ ବୋଲ୍ଟ ଗୋଟିଏ ୱିକଟେ ପାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

ten − nine =