ବିଦେଶ ଫେରନ୍ତାଙ୍କ ପାଇଁ ମାର୍ଗଦର୍ଶିକା

ଦୁବାଇ, ଆମେରିକା ଓ ମାଲେସିଆରୁ ତିନୋଟି ବିମାନରେ ଫେରୁଛନ୍ତି ଭାରତୀୟ । ଫେରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ଓଡିଶା ଓ ପଡୋଶୀ ଜିଲ୍ଲାର । କରୋନା ମୁକାବିଲାରେ ପ୍ରଥମ ପର୍ଯ୍ୟାୟରେ ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାର ପଂଜିକରଣ ବାଧ୍ୟତାମୂଳକ କରିଥିଲେ । ଆଜିଠୁ ସେହିଭଳି ଭୁବନେଶ୍ୱରରୁ ନୂଆଦିଲ୍ଲୀ ଟେ୍ରନ ଆରମ୍ଭ ହୋଇଛି । ଆସନ୍ତା ୧୫ ତାରିଖରେ ନୂଆଦିଲ୍ଲୀରୁ ଆସୁଥିବା ଟ୍ରେନ ବାଲେଶ୍ୱରରେ ପ୍ରଥମ ରହଣୀ କରିବ । ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ବିଦେଶରୁ ଏବଂ ଅନ୍ୟ ରାଜ୍ୟରୁ ଟେ୍ରନରୁ ଫେରୁଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର କରିଛନ୍ତି ମାର୍ଗଦର୍ଶିକା।

ବିଦେଶରୁ ଫେରୁଥିବା ପ୍ରତେ୍ୟକଟି ବ୍ୟକ୍ତି ରାଜ୍ୟ ସରକାରଙ୍କ କୋଭିଡ ପୋର୍ଟାଲରେ ପଂଜିକରଣ କରିବା ବାଧ୍ୟତାମୂଳକ । ଭୁବନେଶ୍ୱର ବିମାନବନ୍ଦରରେ ବିମାନ ପହଁଚିବା ପରେ ୨୦ ଜଣିଆ ବ୍ୟାଚରେ ଓହ୍ଲାଇବେ ଯାତ୍ରୀ । ଟର୍ମିନାଲ ବାହାରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଷ୍ଟାମ୍ପିଂ କରାଯିବ । ପଜିଟିଭ ବାହାରିଲେ ସେମାନଙ୍କୁ ମନିସିପାଲ କତ୍ର୍ତୃପକ୍ଷଙ୍କ ଜରିଆରେ କ୍ୱାରେଣ୍ଟାଇନରେ ରଖାଯିବା । କ୍ୱାରେଣ୍ଟାନରେ ରହିବା ସମୟରେ ଦୈନିକ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ ସହ ଘର ବାହାରେ କ୍ୱାରେଣ୍ଟାଇନର ଷ୍ଟିକର ଲାଗିବ । ଯେଉଁମାନଙ୍କର ନେଗେଟିଭ ଆସିବ ସେମାନେ ନିଜ ଗାଡି କିମ୍ବା ଓଲା ଉବେର ଜରିଆରେ ଯାଇପାରିବେ । ଏଥିସହିତ କଟକ ଭୁବନେଶ୍ୱର ପାଇଁ କ୍ରୁଟର ବସ ସେବା ମଧ୍ୟ ଉପଲବ୍ଧ ହେବ । କିନ୍ତୁ ଘରେ ସେମାନେ ୨୮ଦିନର ହୋମ କ୍ୱାରେଣ୍ଟାଇନରେ ରହିବେ । ଘରେ କ୍ୱାରେଣ୍ଟାଇନରେ ରହିବା ସମୟରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ୧୦୪କୁ ଯୋଗାଯୋଗ କରିବେ । ଆଜି ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।

ସେହିଭଳି ଟେ୍ରନରେ ଆସୁଥିବା ବ୍ୟକ୍ତିଙ୍କ ବିସ୍ତ୍ରୁତ ତଥ୍ୟ ନିଆଯିବ । ଷେ୍ଟସନରେ ସେମାନଙ୍କର ସ୍କ୍ରିନିଂ କରାଯିବ । ବୈଧ୍ୟ ଇ-ଟିକେଟ ନଥିବା ଯାତ୍ରୀ ପ୍ଲାଟଫର୍ମକୁ ଯାଇପାରିବେ ନାହିଁ । ଘରୁ ଷେ୍ଟସନକୁ ଆସିବାକୁ ଏହି ଇ-ଟିକେଟ ପାସ ଭଳି କାମ କରିବ । ଟେ୍ରନରେ ଫେରୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ । ସହରାଞ୍ଚଳରେ ନିଜ ଘରେ କିମ୍ବା ସରକାରଙ୍କ ଦ୍ୱାରା ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହିପାରିବେ । ଗ୍ରାମାଞ୍ଚଳରେ କିନ୍ତୁ ପଂଚାୟତରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ ।

Share

Leave a Reply

Your email address will not be published. Required fields are marked *

8 + six =