ବଜରଙ୍ଗ ପୁନିଆ ଜିତିଲେ  ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ

ଜାକର୍ତ୍ତା: ୧୮ ତମ ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ । ରେସଲର ବଜରଙ୍ଗ ପୁନିଆ ଏସିଆନ ଗେମ୍ସର ପ୍ରଥମ ଦିନରେ ୬୫ କିଲୋଗ୍ରାମ ପ୍ରିଷ୍ଟାଇଲ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି । ଫାଇନାଲ ମ୍ୟାଚରେ ଜାପାନର ପ୍ରତିଯୋଗୀଙ୍କୁ ୩-୧ ସ୍କୋରରେ ମାତ୍ ଦେଇଛନ୍ତି ବଜରଙ୍ଗ । ଏହା ପୂର୍ବରୁ ସେମି ଫାଇନାଲରେ ମଙ୍ଗୋଲିଆ ପ୍ରତିଯୋଗୀଙ୍କୁ ୧୦-୦ ହରାଇ ଏକତରଫା ବିଜୟ ହାସଲ କରିଥିଲେ ବଜରଙ୍ଗ ।ଏହା ପୂର୍ବରୁ ଏସିଆନ ଗେମ୍ସର ପ୍ରଥମ ଦିନରେ ଭାରତ ନିଜର ପ୍ରଥମ ପଦକ ସୁଟିଂରୁ ହାସଲ କରିଥିଲା । ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ୍ ଇଭେଣ୍ଟରେ ଅପୂର୍ବୀ ଚନ୍ଦେଲା ଓ ରବି କୁମାର ବ୍ରୋଞ୍ଜ ମେଡାଲ ଜିତିବା ସହ ଭାରତ ପଦକ ତାଲିକାରେ ଖାତା ଖୋଲିଥିଲା । ବଜରଙ୍ଗଙ୍କ ସ୍ୱର୍ଣ୍ଣ ସହ ଭାରତ ଏସିଆନ ଗେମ୍ସରେ ଦ୍ୱିତୀୟ ପଦକ ହାସଲ କରିଛି ।

Share

Leave a Reply

Your email address will not be published. Required fields are marked *

four × two =