ବିବାଦରେ ଚଳଚ୍ଚିତ୍ର ‘ପାଟଣାଗଡ’

ବଲାଙ୍ଗିର: ବହୁ ଚର୍ଚିତ ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ନିର୍ମିତ ହୋଇଥିବା ଫିଲ୍ମ୍ ପାଟଣାଗଡ ରିଲିଜ ପୂର୍ବରୁ ବିବାଦରେ ଫସିଛି । କେବଳ ଏତିକି ନୁହେଁ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ମୃତ ସୌମ୍ୟ ଶେଖରଙ୍କ ପିତା ଅଧ୍ୟାପକ ରବିନ୍ଦ୍ର ସାହୁ ।  ଘଟଣାର ପ୍ରାସଙ୍ଗିଗତାକୁ ଦେଖି ଏହାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ  ପ୍ରସ୍ତୁତ ହୋଇଥିଲେ ନିର୍ଦ୍ଦେଶକ ରାଜୀବ ତୋଚିରଭର । ଏହା ସହ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇ ସାରିଛି । କିନ୍ତୁ ଏହି ଚଳଚ୍ଚିତ୍ରକୁ ବିରୋଧ କରିଛନ୍ତି ମୃତ  ସୌମ୍ୟଙ୍କ ପିତା । ଏହା ତାଙ୍କୁ ତଥା ତାଙ୍କ ପରିବାରକୁ ମାନସିକ ଭାବେ ଆଘାତ ଦେଇଥିବା ସେ ପ୍ରକାଶ କରିଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେବା ସହ ପାଟଣାଗଡ ଥାନାରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − seven =