କାଲି ଆକ୍ସନ ଆଜି ରିଆକସନ

ଭୁବନେଶ୍ବର (): କାଲି ଆକ୍ସନ ଆଜି ରିଆକସନ। ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ଶ୍ରୀକାନ୍ତ ଜେନା। କଂଗ୍ରେସ ଦଳିତ ବିରୋଧୀ। କଂଗ୍ରେସ ମୋତେ ବାହାର କରିନି ମୋ ଇଛା ଅନୁସାରେ ମୁଁ ଇସ୍ତାହାର କମିଟିରୁ ବାହାରିଛି। ଗଣ ମାଧ୍ୟମରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ଦେଇଥିବା ଚିଠି ଦେଖାଇ ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ ଶ୍ରୀକାନ୍ତ। ଶ୍ରୀକାନ୍ତ ଜେନା କହିଛନ୍ତି ଇସ୍ତାହାର କମିଟି ଅଧ୍ୟକ୍ଷ ହେବା ପରେ ଇସ୍ତାହାର ମୁଖବନ୍ଧରେ ତିନୋଟି ଆଜେଣ୍ତା ରଖିବାକୁ ପ୍ରସ୍ତାବ ରଖିଥିଲି। ୧- ଓବିସି ବର୍ଗରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ , ୨- ଏସିଏସଟି ବର୍ଗରୁ ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ, ଏବଂ ୩-ହେଉଛି ଖଣିଲୁଟେରା ମାନଙ୍କ ସମ୍ପତି ବାଜ୍ୟାପ୍ତି କରି ଓଡିଶା ଲୋକଙ୍କ ବିକାଶ ଖର୍ଚ୍ଚ କରାଯାଉ। ଏହି ତିନୋଟି ପ୍ରସ୍ତାବରେ ରାଜି ହେଲେ ମୋତେ ଇସ୍ତାହାର କମିଟି ରଖନ୍ତୁ ନଚେତ ବାଦ ଦିଅନ୍ତୁ ବୋଲି ଶ୍ରୀକାନ୍ତ ମେ ୧ ତାରିଖ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ଚିଠି ଲେଖିଥିଲେ। ଏ ଏଜେଣ୍ତାରେ କଂଗ୍ରେସ ରାଜି ହେଲାନି ସେଥିପାଇଁ ଇସ୍ତାହାର କମିଟିରୁ ବାହାର କରିଛନ୍ତି। ଏବେ ଏଜେଣ୍ତାକୁ ନେଇ ଶ୍ରୀକାନ୍ତ ଗାଁ ଗାଁ ବୁଲିବେ। ଭୋଟ ବାକ୍ସ ଲଗାଇ ଭୋଟ କରିବେ। ଯାହା ଫଳାଫଳ ଆସିବ ତାହାକୁ ରାହୁଲ ଗାନ୍ଧୀଙ୍କୁ ଦେବେ। ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି ।ଦଳିତଙ୍କ ନ୍ୟାୟ ପାଇଁ ଲଢ଼ିବା ଦଳ ବିରୋଧୀ କାର୍ଯ୍ୟ ନୁହେଁ ବୋଲି ରୋକ ଠୋକ କହିଛନ୍ତି ଶ୍ରୀକାନ୍ତ ଜେନା।

ସେପଟେ ଉଭୟ ଶ୍ରୀକାନ୍ତ ଏବଂ କୃଷ୍ଣଚନ୍ଦ୍ର ସଗରିଆଙ୍କ କାର୍ଯ୍ୟକ୍ରମ ଉପରେ ପୂରା ନଜର ରଖିଛି ନିରଞ୍ଜନ ଆଣ୍ତ କୋ । ଶ୍ରୀକାନ୍ତ ଓ କୃଷ୍ଣଙ୍କ କାର୍ଯ୍ୟକଳାପର ଭିଡିଓ ରେକଡିଂ ସହ ବିଶୃଙ୍ଖଳିତ ଆଚରଣ ପାଇଁ ଖୁବଶୀଘ୍ର ଏମାନଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ହାଇକମାଣ୍ତଙ୍କ ନିକଟଙ୍କୁ ସମସ୍ତ ଦସ୍ତାବିଜ ପାଠଇଛି ରାଜ୍ୟ କଂଗ୍ରେସ। ଡିସେମ୍ବର ୧୧ ତାରିଖ ପରେ ଏକ ବଡ ଆକ୍ସନ ନେବ କଂଗ୍ରେସ । କାରଣ କୃଷ୍ଣ ଚନ୍ଦ୍ର ସଗରିଆଙ୍କ ବିରୋଧ କାର୍ଯ୍ୟନୁଷ୍ଠାନ ନେବ ପାଇଁ ସମସ୍ତ ତଥ୍ୟ ଏଆଇସିସିକୁ ପଠାଇସାରିଛି ଶୃଙ୍ଖଳା କମିଟି।

ଦଳତିଙ୍କ ଆଳ କରି ଶ୍ରୀକାନ୍ତ ଜେନା ଏବଂ କୃଷ୍ଣ ସଗରିଆ ସମାନ୍ତରଳ କାର୍ଯ୍ୟକ୍ରମ କରୁଛନ୍ତି। ଯାହାକୁ ନେଇ କଂଗ୍ରେସ ଭିତରେ ଫାଟ ଥିବା ଜଳଜଳ ଦିଶୁଛି। ଏଭଳି ବିଶୃଙ୍ଖଳାକୁ ବରଦାସ୍ତ ନକରି ସେମାନଙ୍କ ବିରୋଧରେ ଆକ୍ସନ ନେବା ପାଇଁ ରାଜ୍ୟକଂଗ୍ରେସ ଆଣ୍ଟାଭିଡିଛି। ଯେଭଳି ସୋମ୍ୟ ପଟ୍ଟନାୟକଙ୍କୁ ବାହାର କରାଯାଇଥିଲା ସେମିତି ଢ଼ଙ୍ଗରେ ଶ୍ରୀକାନ୍ତ ଓ କୃଷ୍ଣ ବିରୋଧ ଆକ୍ସନ ହେବ ବୋଲି କଂଗ୍ରେସ ଭବନରେ ଚର୍ଚ୍ଚା ହେଉଛି।

Share

Leave a Reply

Your email address will not be published. Required fields are marked *

eighteen − 10 =