ମିଛ ଘୋଷଣା ଓ ପ୍ରତିଶୃତିରୁ ମୋହଭଙ୍ଗ ହେଉଛି

ବିଜେପିରେ ଯୋଗଦାନ ତରବରିଆ ଓ ଭୁଲ ନିଷ୍ପତ୍ତି ଥିଲା

କେନ୍ଦ୍ର ଓ ରାଜ୍ୟ ନେତୃତ୍ବରେ ଓଡିଶା ସ୍ବାର୍ଥ ସହ ସଂପର୍କ ନାହିଁ

ମିଶନ 120 ପ୍ଲସ ଏକ ମିଛ ଆସ୍ଫାଳନ

ଇସ୍ତଫାପତ୍ରରେ ବିଜୟ ଓ ଦିଲ୍ଲୀପଙ୍କ ନିଶାନାରେ ଧର୍ମେନ୍ଦ୍ର

ଭୁବନେଶ୍ବର () ରାଜ୍ୟ ବିଜେପିକୁ ଲାଗିଛି ଶକ୍ତ ଧକ୍କା । ବିଜେପିରୁ ଇସ୍ତଫା ଦେଲେ ଦୁଇ ତୁଙ୍ଗ ଓ ଚର୍ଚ୍ଚିତ ନେତା । ବିଧାୟକ ପଦରୁ ଦିଲ୍ଲୀପ ରାୟ ଇସ୍ତଫା ଦେବା ସହ ଉଭୟ ବିଜୟ ମହାପାତ୍ର ଓ ଦିଲ୍ଲୀପ ଦଳର ପ୍ରଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳରୁ ଇସ୍ତଫା ଦେବା ସଂପର୍କରେ ଦୁଇ ନେତା ମିଳିତ ଭାବେ ଏକ ଇସ୍ତଫା ପତ୍ର ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ପାଖକୁ ପଠାଇଛନ୍ତି । ଦଳରେ ସେମାନଙ୍କ ରହଣି ଅଯଥାର୍ଥ ବୋଲି ଦର୍ଶାଇ ସେମାନେ ଦଳରେ ଆଉ ରହିବେ ନାହିଁ ବୋଲି ସ୍ପଷ୍ଟ ଭାବେ ଲେଖିଛନ୍ତି ।

ଏ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ ଘୋଷଣା କରିବା ସହ 10 ବର୍ଷ ତଳେ ବିଜେପିରେ ଯୋଗ ଦେବା ତାଙ୍କର ଏକ ତରବରିଆ ଓ ଭୁଲ ନିଷ୍ପତ୍ତି ଥିଲା ବୋଲି କହିଛନ୍ତି । ଏପରିକି ରାଜ୍ୟ କି କେନ୍ଦ୍ର ବିଜେପି ଓଡିଶା ସ୍ବାର୍ଥ ସହ ନାହାଁନ୍ତି । ମିଶନ 120 ପ୍ଲସ ଏକ ଆସ୍ଫାଳନ  । ଏକଥା କିଛି ରାଜ୍ୟ ବିଜେପି ନେତାମାନେ ତାଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା ବେଳେ ସ୍ବୀକାର କରିଥିବା ମଧ୍ୟ ସେ କହିଛନ୍ତି ।

ମହାନଦୀ ପ୍ରସଙ୍ଗ ହେଉ କି ଦ୍ବିତୀୟ ବ୍ରାହ୍ମଣୀ ସେତୁ ସଂପର୍କିତ ଅସମାହିତ ପ୍ରତିଶୃତି । ଆଇଜିଏଚ ସୁପର ସ୍ପେଶିଆଲିଟି ହସପିଟାଲ  ହେଉ କି ପାରାଦ୍ବୀପ ତୈଳ ବିଶୋଧନାଗାର ଉଦଘାଟନ ସମୟରେ ଓଡିଶାର ଯୁବକଙ୍କୁ ନିଯୁକ୍ତି ପ୍ରଦାନ ସଂପର୍କିତ ଘୋଷଣା, କୌଣସି ଗୋଟିଏ ହେଲେ ପ୍ରତିଶୃତି କି ଘୋଷଣା କାର୍ଯ୍ୟକାରୀ ହୋଇନି । ଏମିତି ମିଛ ପ୍ରତିଶୃତି ଓ ଘୋଷଣାର ଲମ୍ବା ତାଲିକା ରହିଛି । କିନ୍ତୁ ଏ ସଂପର୍କରେ ଇସ୍ତଫା ପତ୍ରକୁ ଭାରାକ୍ରାନ୍ତ କରିବା ଉଚିତ ନୁହେଁ ବୋଲି ବିଜୟ ଓ ଦିଲ୍ଲୀପ ଦର୍ଶାଇଛନ୍ତି ।

ସ୍ବଳ୍ପରେ କହିବାକୁ ଗଲେ ଓଡିଶାବାସୀଙ୍କ ମୋହଭଙ୍ଗ ହୋଇଛି । ଦଳର ବହୁ ନେତା ତାଙ୍କ ସହ ଏ ସଂପର୍କରେ ଏକମତ ହୋଇଛନ୍ତି । କିନ୍ତୁ ଟିକେଟ ଭୟରେ କେହି କେନ୍ଦ୍ରୀୟ ନେତୃତକୁ ଏ ସଂପର୍କରେ ଜଣାଇବାକୁ ସାହସ କରିପାରୁନାହାଁନ୍ତି । କୌଣସି ଏକ ଗଣତାନ୍ତ୍ରୀକ ଦଳ ପାଇଁ ଏହା ବିପଦ ବୋଲି ନିଜେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବୀକାର କରିବେ ବୋଲି ବିଜୟ ଓ ଦିଲ୍ଲୀପ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

ଦଳ ପାଇଁ ସେମାନେ ଦେଉଥିବା ଭଲ ପରମର୍ଶକୁ କିଛି ନିର୍ଦ୍ଧଷ୍ଟ ଅହଂଭାବାପନ୍ନ ଏବଂ ସ୍ବାର୍ଥପର ନେତା ଏହାକୁ ବିପଦ ବୋଲି କେନ୍ଦ୍ରୀୟ ନେତାଙ୍କ ଆଗରେ ଉପସ୍ଥାପିତ କଲେ । ଏହି ନେତାମାନେ ହୀନ ରାଜନୀତି କରିବା ସହ ସେମାନଙ୍କ ନିର୍ବାଚନମଣ୍ଡଳୀରେ ତାଙ୍କ ବିରୋଧରେ କ୍ୟାମ୍ପେନ କରାଗଲା ବୋଲି ଉଭୟ ବିଜୟ ଓ ଦିଲ୍ଲୀପ ଅଭିଯୋଗ କରିଛନ୍ତି । ଏସବୁ ଅଭିଯୋଗ ଉପରୁ ଅନ୍ଧ ଭଳି ଆଖି ବୁଲାଇଆଣିଲେ କୌଣସି ଉଦ୍ଦେଶ୍ୟ ସାଧିତ ହେବନି । ଏଭଳିସ୍ଥିତିରେ ଆତ୍ମସମ୍ମାନ ଥିବା ରାଜନେତ ଭାବେ ଦଳରେ ଆଉ ରହିବାକୁ ଉଚିତ ମଣିନାହାଁନ୍ତି ବିଜୟ ଓ ଦିଲ୍ଲୀପ ।

ଦଳରେ ସେମାନେ କେବଳ ଆସବାବପତ୍ର ଭାବେ ବ୍ୟବହୃତ ହୋଇପାରିବେ ନାହିଁ, ଯେତେବେଳେ କି ଜଣେ ମୂଳ ନଥିବା ବ୍ୟକ୍ତି ଲମ୍ବା ଚଉଡା କଥା କହିବ ଏବଂ ନିଜକୁ ପୂର୍ଣ୍ଣାବୟାବ ପ୍ରତିମୂର୍ତ୍ତୀ ଠାରୁ ଉଚ୍ଚା ଭଳି ପ୍ରୋଜେକ୍ଟ କରିବ । ସେମାନଙ୍କ ପାଇଁ ରାଜ୍ୟର ସ୍ବାର୍ଥ୍ୟ ହିଁ ସର୍ବଶ୍ରେଷ୍ଠ । କୌଣସି କ୍ଷମତା କିମ୍ବା ଟିକେଟ ପାଇଁ ନିଜ ଆତ୍ମସମ୍ମାନ ଓ ଦଳ ସହ ସେମାନେ ସହ ସାଲିସ କରିନଥିବା କହିଛନ୍ତି ବିଜୟ ଓ ଦିଲ୍ପୀପ । ଆମେ ରାଜ୍ୟର ସ୍ବାର୍ଥକୁ ସୁରକ୍ଷା ଦେବାକୁ ଆମେ ଲଢେଇ କରୁ, ବିଶେଷ କରି ଯେଉଁ ନିର୍ବାଚନମଣ୍ଡଳୀକୁ ସେମାନେ ପ୍ରତିନିଧ୍ବ କରୁଛନ୍ତି ।

ବିଜେପୁରରେ 40ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜୟ ଏକ ଝଟକା ଥିବା ବେଳେ ପଂଚାୟତ ସ୍ତରରେ ଦଳ ସବୁ ଉପନିର୍ବାଚନ ହାରିଛି, ଏପରିକି ଦଳର ସେହି ଆତ୍ମ-ଘୋଷିତ ନେତାଙ୍କ ନିଜ ପକେଟରେ ବି ଦଳ ହାରିଛି । ଏହା ପ୍ରମାଣିତ କରୁଛି ଯେ, ଦଳର କାର୍ଯ୍ୟାଧାରା ଦେଖି ଲୋକେ ବିଜେପିର ଭ୍ରାନ୍ତ ଧାରଣରୁ ମୁକ୍ତ ହେଉଛନ୍ତି ବୋଲି ବିଜୟ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 5 =