ପୁଣି ଡ୍ରାମା କଲେ ରାକ୍ଷୀ, ବିବାହ କରିବାକୁ କରିଦେଲେ ମନା

ରାକ୍ଷୀ ଯେତେବେଳେ ନିଜ ବିବାହ ତାରିଖ ଘୋଷଣା କଲେ ସେତେବେଳେ ଜନତା ଜାଣିଗଲେ ଡ୍ରାମା କୁଇନଙ୍କ ଏହି ନୌଟଙ୍କି ବେଶୀ ଦିନ ଚାଲିବ ନାହିଁ । ଆଉ ହେଲା ବି ଠିକ୍ ସେୟା । ବିବାହ ତାରିଖ ଘୋଷଣା କରିବାର ଗୋଟିଏ ସପ୍ତାହ ବି ହୋଇନି ଆଉ ଏକ ଘୋଷଣା କରିସାରିଲେଣି ରାକ୍ଷୀ । ଆଉ ଦୀପକଙ୍କୁ ବିବାହ କରିବାକୁ କରିଦେଲେ ମନା ।
ଏକ ପୋଷ୍ଟରେ ରାକ୍ଷୀ ଲେଖିଛନ୍ତି, ମତେ କ୍ଷମା କରିବ ଦୀପକ । ମୋର ପରିବାର ମୋ ଉପରେ ବହୁତ ରାଗିଛନ୍ତି । ଯାହା ବି ହେଲା ତାହା ତାଙ୍କୁ ଆଦୌ ପସନ୍ଦ ଆସିଲାନି । ୧୪ – ୧୫ ବର୍ଷ ହେବ ମୁଁ ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଛି । ମୁଁ ବହୁତ ପରିଶ୍ରମ କରି ଏଠାରେ ପହଂଚିଛି, ଏଭଳି କୌଣସି ଖରାପ କାମ କରିବାକୁ ଚାହୁଁନି । ମୁଁ ମୋର ପୁରା ପରିବାରକୁ ସମ୍ଭାଳୁଛି , ସେଥିପାଇଁ ମତେ ଏହି ଶସ୍ତା ଲୋକପ୍ରିୟତା ଆଦୌ ଦରକାର ନାହିଁ । ଯାହା ବି ହେଲା ତୁମେ ସବୁ ଭୁଲିଯାଅ । ଲୋକମାନେ ମତେ ଖରାପ କହିବା ସହ ଗାଳି କରୁଛନ୍ତି । ମୁଁ ବହୁତ ସରଳ ଏବଂ ସାଧା ସିଧା ଭଗବାନଙ୍କୁ ମାନୁଥିବା ଝିଅ । ମିଛ କହିବା ମୋର ପସନ୍ଦ ନୁହେଁ । ତୁମ ଚକ୍କରରେ ଆସି ମିଛ କହିଛି ମୁଁ ।
ସୂଚନାଯୋଗ୍ୟ, ଚଳିତ ମାସ ୩୧ ରେ ଲସ୍ ଆଞ୍ଜଲ୍ସରେ ଦୀପକଙ୍କ ସହ ବିବାହ କରିଥାନ୍ତେ ରାକ୍ଷୀ । ଏନେଇ ବିବାହ କାର୍ଡ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ଏହା ସହ ଉଭୟ ଏକ ପ୍ରେସ୍ କନଫରେନ୍ସ ମଧ୍ୟ କରି ବିବାହ ସତ ବୋଲି କହିଥିଲେ।ରାକ୍ଷୀଙ୍କ ପରି ଦୀପକ ମଧ୍ୟ ସୋସିଆଲ୍ ମଡିଆର ଜଣେ ଚର୍ଚ୍ଚିତ ତଥା ବିବାଦୀୟ ଚେହେରା । ଚର୍ଚ୍ଚାରେ ରହିବା ପାଇଁ ଅନେକ ସମୟରେ ବିବାଦୀୟ ଫଟୋ ଏବଂ ଭିଡିଓ ସେୟାର୍ କରିଥାନ୍ତି ଦୀପକ । ଏବେ ସେ ଲୋକପ୍ରିୟ ରିୟଲିଟି ସୋ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟରେ ହସାଇବା ପାଇଁ ମଧ୍ୟ ଆସୁଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × five =