ରାମେଶ୍ବରମ ଓ ମଦୁରାଇ ଗଲେ ତୀର୍ଥଯାତ୍ରୀ

ଭୁବନେଶ୍ବର () ସମ୍ବଲପୁରରୁ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ତୀର୍ଥ ଯାତ୍ରା ଟ୍ରେନକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ସଚିବାଳୟରୁ ଭିଡିଓ କନଫରେନସିଂ ଜରିଆରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ଓଡିଶାର ପ୍ରାୟ 970ଜଣ ବରିଷ୍ଠ ନାଗରିକ ଏହି ଟ୍ରେନରେ ଯାତ୍ରା କରିଥିବା ବେଳେ ସମାନେ ତାମିଲନାଡୁର ରାମେଶ୍ବରମ ଓ ମଦୁରାଇ ଯିବେ ।

ଏହି ଅବସରରେ ସଂସ୍କୃତିମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ରାଜ୍ୟ ସରକାର 2016ରୁ ଏହି ଯୋଜନା ଆରମ୍ଭ କରିଥିବା ବେଳେ ଆଜିକୁ ମିଶାଇ 8ଟି ତୀର୍ଥ ଯାତ୍ରା ଟ୍ରେନରେ ବରିଷ୍ଠ ନାଗରିକ ମାନେ ବିଭିନ୍ନ ତୀର୍ଥ ସ୍ଥାନ ପରିଦର୍ଶନ କରିଛନ୍ତି । ଗତ ବର୍ଷ 3ଟି ତୀର୍ଥ ଯାତ୍ରୀ ଟ୍ରେନରେ ବରିଷ୍ଠ ନାଗରିକମାନେ ତୀର୍ଥ ସ୍ଥାନ ବୁଲି ଯାଇଥିବା ବେଳେ ଏବର୍ଷ 6ଟି ତୀର୍ଥ ଯାତ୍ରୀ ଟ୍ରେନ ଚାଲିବ । ଆସନ୍ତା ଜାନୁଆରୀରେ ପରବର୍ତ୍ତି ତୀର୍ଥ ଯାତ୍ରୀ ଟ୍ରେନ ଚାଲିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 2 =