କାହିଁକି ଅରୁଣ ସାହୁ ନୟାଗଡରେ ଅପ୍ରତିଦ୍ବନ୍ଦି ?

ନୟାଗଡ଼ () ନୟାଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ଅରୁଣ ସାହୁ ନୟାଗଡରୁ କ୍ରମାଗତ ଭାବେ କାହିଁକି ଅପ୍ରତିଦ୍ବନ୍ଦି ନେତା ଭାବେ ବିଦିତ ? ଅନେକ ସମୟରେ ଏପ୍ରଶ୍ନ ରାଜନୈତିକ ସମୀକ୍ଷକଙ୍କ ଆନ୍ଦୋଳିତ କରୁଥିବ । ହେଲେ ଏ ପ୍ରଶ୍ନର ଉତ୍ତର ଅତି ସହଜ, ତାଙ୍କ ମତରେ ସରକାର ଲୋକଙ୍କ ପାଇଁ ଓ ଲୋକଙ୍କ ସହ ।

ଏହାକୁ ସେ କାର୍ଯ୍ୟରେ ମଧ୍ୟ ପ୍ରମାଣିତ କରିଛନ୍ତି । ଏବେ ରାଜ୍ୟର 146 ବିଧାୟକଙ୍କ ମଧ୍ୟରୁ କେତେଜଣ ନିଜନିଜ ନିର୍ବାଚନମଣ୍ଡଳୀରେ ଜଣ ଶୁଣାଣୀ କରୁଛନ୍ତି ? କାଁଭାଁ ଜଣେ ଅଧେ କରୁଥିବେ । ଅଧିକାଂଶ ବିଧାୟକଙ୍କ ସରକାରୀ ପ୍ରକ୍ରିୟା ଭଳି ଅଭିଯୋଗ ଶୁଣାଣୀ ତାଙ୍କର ଜଣେ ପ୍ରତିନିଧିଙ୍କ ଦ୍ୱାରା ହେଉଥିବ ।

ଅରୁଣ ସାହୁ କିନ୍ତୁ ନିଜ ଅଞ୍ଚଳରେ ନିଜେ ଲୋକଙ୍କ ଆପତ୍ତି ଅଭିଯୋଗର ଶୁଣାଣୀ କରନ୍ତି । ତାହା ପୁଣି କୌଣସି ଏସି ରୁମରେ ନୁହେଁ । ନୟାଗଡ଼ ବଜାରର ପେଣ୍ଠସ୍ଥଳ ବସଷ୍ଟାଣ୍ଡ ଉପରେ । ଅଭିଯୋଗ ଶୁଣାଣୀ ଦିନ ଓ ସମୟ ପୂର୍ବରୁ ଘୋଷଣା ହୁଏ।  ସକାଳ 8ଟାରୁ ସାଧାରଣ କାଠର ଟେବୁଲ ଓ ଚେୟାର ଖଣ୍ଡେ ପଡେ । ବିଧାୟକ ସେଇଠି ବସନ୍ତି ଆଉ ଗୋଟେ ପରେ ଗୋଟେ ସବୁ ଅଭିଯୋଗକାରୀଙ୍କ ଆପତ୍ତି ଶୁଣନ୍ତି ଓ ସେଇଠି ସମାଧାନ ହୁଏ । ଅଧିକାରୀଙ୍କୁ ମଧ୍ୟ ସେଠୁ ନିର୍ଦେଶ ଦିଆଯାଏ । ଏଥିରେ ନା କିଛି ବାଛବିଚାର ଥାଏ ନା ପ୍ରିୟପ୍ରୀତି ।

ଏମିତି ଏକ ଅଭିଯୋଗ ଶୁଣାଣୀ ଆଜିବି ହୋଇଥିଲା ଯେଉଁଠି ପାଖାପାଖି ହଜାରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ କୃଷିମନ୍ତ୍ରୀ । ବୋଧହୁଏ ଏଇଥିପାଇଁ ବିରୋଧୀ ତାଙ୍କୁ ବଦନାମ କରିବାକୁ ଯେତେ ତୀର ସନ୍ଧାନ କଲେବି ନୟାଗଡ଼ବାସୀଙ୍କ ସ୍ନେହ ଓ ଭଲପାଇବା ଆଗରେ ତାହା ନିଷ୍ଫକ ହେଉଛି ।

Share

Leave a Reply

Your email address will not be published. Required fields are marked *

one × five =