ସାବଧାନ .. ମାତିଛନ୍ତି ମହିଳା ସ୍ପର୍ମ ବ୍ୟାଣ୍ଡିଟ ଗ୍ୟାଙ୍ଗ, ଉଠେଇନେଇ କରିପାରନ୍ତି ଗଣଧର୍ଷଣ

ଦିନ ଦିପହରରେ ଜଣେ 39 ବର୍ଷ ବୟସ୍କ ସ୍କୁଲ ଶିକ୍ଷକଙ୍କୁ 4 ଜଣ ମହିଳା ଏକ କାରରେ ଲିଫ୍ଟ ଦେବା ନାଁରେ ଉଠାଇନେଲ । ବାଟରେ ମୃଦୁ ପାନୀୟ ସହ ତାଙ୍କୁ ଦିଆଗଲା ନିଶା । ନିଶାରୁ ଫେରିଲା ବେଳକୁ ଶିକ୍ଷକ ଜଣକ ଅନୁଭବ କଲେ ଯେ, ଚାରିଜଣ ମହିଳା ତାଙ୍କୁ ଧର୍ଷଣ କରୁଛନ୍ତି । ଏପରିକି ତାଙ୍କୁ ବଳପୂର୍ବକ କାମ ଉତ୍ତେଜକ ଔଷଧ ଦିଆଯାଇଛି ।

50 ଘଣ୍ଟା ଧରି ଏକ ମୁହଁ ଚିହ୍ନା ଆଲୁଅ ଥିବା ଛୋଟ କୋଠରୀରେ ଏହି ମହିଳାମାନେ ଜଣକଙ୍କ ପରେ ଜଣେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ସେ ବ୍ୟକ୍ତି ଜଣକ ଯେତେବେଳେ ଅକ୍ଷମତା ପ୍ରକାଶ କରନ୍ତି ସେତେବେଳେ ତାଙ୍କୁ କାମ ଉତ୍ତେଜକ ବଟିକା ଦିଆଯାଇ ବନ୍ଧୁକ ମୁନରେ ଧର୍ଷଣ କରାଯାଏ । ମହିଳା ଚାରିଜଣଙ୍କ କାମ ଉତ୍ତେଜନା ଶାନ୍ତ ହେବା ପରେ ଶିକ୍ଷକଙ୍କୁ ଅତି ମୁମୂର୍ଷୁ ଅବସ୍ଥାରେ ଯେଉଁଠୁ ଅପହରଣ କରିଥିଲେ ସେଇଠି ଫୋପାଡ଼ି ଦେଲେ ।

ଏହା କୌଣସି ସିନେମାର ଦୃଶ୍ୟ ନୁହେଁ । ଏହା ଏକ ମହିଳା ଗ୍ୟାଙ୍ଗର କାରନାମା । ଏହି ଗ୍ୟାଙ୍ଗ ଶୁକ୍ରାଣୁ ତସ୍କର ଭାବେ ଜଣାଶୁଣା । ଏହି ମହିଳାମାନେ ଏକ ବିଏମଡବ୍ଲୁ ଗାଡ଼ିରେ ଏମିତି ଯୁବକଙ୍କୁ ଅପହରଣ କରାଯାଇ ଶାରୀରିକ ସମ୍ପର୍କ ରଖି ପୁରୁଷଙ୍କ ଶୁକ୍ରାଣୁ ସଂଗ୍ରହ କରନ୍ତି । ସେହି ଶୁକ୍ରାଣୁକୁ ସେମାନେ ଗୁଡ଼ ଲକ ଭାବେ ବହୁ ମୂଲ୍ୟରେ ବିକ୍ରି କରନ୍ତି ।

ଏହି ଶୁକ୍ରାଣୁ ତସ୍କର ଏବେ ଜିମ୍ବାୱେରେ ମାତିଛନ୍ତି । 2011ରେ ଏହି ଗ୍ୟାଙ୍ଗର 3 ଜଣ ମହିଳା ଧରାପଡିଥିଲେ । ସେମାନଙ୍କ ନିକଟରୁ 31ଟି ଶୁକ୍ରାଣୁ ଭର୍ତ୍ତି କଣ୍ଡମ ଧରାପଡିଥିଲା ।

Share

Leave a Reply

Your email address will not be published. Required fields are marked *

17 − 13 =