ଅହଂକାରୀ ଦୁର୍ଯୋଧନର ହାତ ଛାଡି ଯୁଧିଷ୍ଟିରଙ୍କ ଶିବିରରେ ସୁବାସ

ଭୁବନେଶ୍ବର () 2019 ନିର୍ବାଚନ ଦ୍ବାପର ଯୁଗର ମହାଭାରତ ଲଡେଇ ସଦୃଶ । ଏହି ମହାଯୁଦ୍ଧ ବା ଧର୍ମ ଯୁଦ୍ଧରେ କୁରୁକ୍ଷେତ୍ରରେ ଅହଂକାରୀ ଦୁର୍ଯୋଧନର ହାତଛାଡି ଧର୍ମ ଓ ନୀତି ନୈତିକତାର ମହାନାୟକ ଯୁଧିଷ୍ଟିରଙ୍କ ଶିବିରିରେ ଯୋଗ ଦେଇଛନ୍ତି ବିଜେପିର ଅସନ୍ତୁଷ୍ଟ ନେତା ସୁବାଷ ଚୌହାନ ।

କଳିଯୁଗର ଏହି ମହାଭାରତରେ ତାଙ୍କ ମତରେ ଅହଂକାରୀ ଦୁର୍ଯ୍ୟୋଧନ ଭୁମିକାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ଏଥିରେ ଯୁଧିଷ୍ଠିର ଭୂମିକାରେ ନବୀନ ପଟନାୟକ। ଧର୍ମେନ୍ଦ୍ର ପ୍ରଧାନ ଅହଂକାରରେ ଉବୁଟୁବୁ ହୋଇ ନୀତି ନୈତିକତା ଭୁଲିଯାଇଥିବା ବେଳେ ନବୀନ ପଟ୍ଟନାୟକ ଶାନ୍ତ, ସରଳ ଓ ବିକାଶମୂଖୀ । ଏହି ଦୃଷ୍ଟିରୁ ସେ ଅହଂକାର ଓ ମୂଲ୍ୟବୋଧହୀନ ରାଜନୀତିର ପକ୍ଷଛାଡି ବିଜେଡିରେ ଯୋଗ ଦେଇଛନ୍ତି । ନବୀନଙ୍କ ନିର୍ଦ୍ଦେଶରେ ସେ ତାଙ୍କ ପକ୍ଷରେ ଅର୍ଜୁନ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇ ରାଜ୍ୟ ଯାକ ବୁଲି ବୁଲୁ ବିଜେଡି ପାଇଁ ପ୍ରଚାର କରିବେ ।

ସୁବାସ ନିଜର ଶତାଧିକ ସମର୍ଥକଙ୍କ ସହ ସେ ଆଜି ନବୀନ ବିବାସରେ ନବୀନ ପଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି । ତାଙ୍କର ଏହି ଯୋଗଦାନ ବିଜେପିର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇଛି । ସୁବାସ ବିଜେପିରୁ ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଆଶା କରିଥିଲେ । କାରଣ ଗତ ନିର୍ବାଚନରେ ସେ 3 ଲକ୍ଷ 70 ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ମାତ୍ର 11 ହଜାର ଭୋଟ ବ୍ୟବଧାନରେ ହାରିଥିଲେ । ଗତ ପାଞ୍ଚ ବର୍ଷ ଧରି ସେ ନିଜ ସଂଗଠନ ବୃଦ୍ଧି କରୁଥିଲେ । କିନ୍ତୁ ଟିକେଟ ନମିଳିବାରୁ ସେ ଦଳ ଇ ନେତୃତ୍ବ ଉପରେ ଅଭିଯୋଗ ଆଣି ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ । ଇସ୍ତଫା ସମୟରେ ସେ ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜାଗିର ହୋଇଥିବା ଅଭିଯୋଗ କରିଥିଲେ । ତାଙ୍କର ଯୋଗଦାନ ଦଳକୁ ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − nine =