ଆସନ୍ତାକାଲି ଶେଷ ହେବ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର()  ଅନ୍ତିମ ପର୍ୟ୍ୟାୟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ।ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଜେଡି ଆରମ୍ଭ କରିଥିବା ଜନ ସଂପର୍କ ଆସନ୍ତାକାଲି ଶେଷ ହେବ । ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ୩୪ ନମ୍ବର ୱାର୍ଡରେ ଆୟୋଜିତ ହୋଇଯାଇଛି ଏହି ପଦଯାତ୍ରା । ଏହି ପଦଯାତ୍ରାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଙ୍କୁ ଲୋକଙ୍କ ସେବା କରିବା ପାଇଁ ଆହ୍ୱାନ ଦେଇଛନ୍ତି ନବୀନ ।

ସତ୍ୟନଗର ତୋଷାଳୀ ପ୍ଲାଜା ପଡିଆରେ ଏହି ଜନସଂପର୍କ ପଦଯାତ୍ରା ଆୟୋଜିତ ହୋଇଥିଲା । ଏହା ସହ ବିଜେଡି କର୍ମୀ ,ନେତା, ବିଧାୟକ, ପୂର୍ବତନ କର୍ପୋରେଟରେ ଜନସଂପର୍କ ପଦଯାତ୍ରାରେ ସାମିଲ ହୋଇଛନ୍ତି । ସେହିପରି ସେପଟେମ୍ବର ୨ରୁ ଆରମ୍ଭ ହୋଇଥିବା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଆସନ୍ତାକାଲି ଶେଷ ହେବ ।

Share

Leave a Reply

Your email address will not be published. Required fields are marked *

10 + five =