ଶେଷରେ ଏହି ମହିଳାଙ୍କୁ ବାରିପଦାରୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର () ବାରିପଦା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହେଲେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ । ବିଜେଡି ସଭାପତି ନବୀନ ପଟନାୟକ ଆଜି ତାଙ୍କ ନାମ ଘୋଷଣା କରିଛନ୍ତି । ଏହି ଆସନକୁ ପ୍ରତିନିଧିତ୍ୱ କରୁଥିବା ଉପବାଚସ୍ପତି ସାନନ୍ଦ ମର୍ଣ୍ଡିଙ୍କୁ ଦଳ ଏଥର ଟିକେଟ ଦେଇନି ।

ସରୋଜିନୀ 2009ରେ ପ୍ରଥମ ଥର ପାଇଁ ବାଙ୍ଗିରିପୋଷି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । 2009ରୁ 2014 ବିଜେଡିର ତୃତୀୟ ପାଳିର ସରକାରରେ ସେ ଦୁଇ ବର୍ଷ ପାଇଁ ବୟାନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ଥିଲେ । 2014ରେ ତାଙ୍କୁ ନବୀନ ରାଜ୍ୟସଭାକୁ ପଠାଇଥିଲେ । ସେ  ଓଡ଼ିଶାର ପ୍ରଥମ ମହିଳା ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

ସାନନ୍ଦ ମାରାଣ୍ଡି 2004ରୁ ବିଜେପି ଟିକେଟରେ କୁଳିଅଣା ଆସନରୁ ଜିତିଥିଲେ । 2009ରେ ମେଣ୍ଟ ଭାଙ୍ଗିବା ପରେ ସେ ବିଜେଡିରେ ଯୋଗ ଦେଇ ବାରିପଦା ଆସନରୁ ନିର୍ବାଚିତ ହୋଇଥିଲେ । ସେ ବିଜେଡି ପ୍ରାର୍ଥୀ ଭାବେ 2009 ଓ 2014ରେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇ ଉପବାଚସ୍ପତି ଭାବେ ଗୁରୁ ଦାଇତ୍ୱ ତୁଲାଉଥିଲେ । ଏଥର ବିଜୟ ସମ୍ଭାବନା ଆଧାରରେ ତାଙ୍କୁ ଦଳ ପ୍ରାର୍ଥୀ କରିନି ।

ଆହୁରି ଗୋଟିଏ ଆସନ ପାଇଁ ବିଜେଡି ଏଯାଏଁ ପ୍ରାର୍ଥୀ ଘୋଷଣା କରିନି । କେନ୍ଦ୍ରାପଡ଼ାରୁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ଦଳରେ ଚାଲିଛି ମାନସମନ୍ଥନ ।

Share

Leave a Reply

Your email address will not be published. Required fields are marked *

16 − five =