ବିଜେଡିରେ ମିଶିଲେ ଚନ୍ଦ୍ରଶେଖର

ଭୁବନେଶ୍ୱର: କାଲି କଂଗ୍ରେସ ଛାଡ଼ିଥିଲେ । ଆଜି ବିଜେଡିରେ ଯୋଗଦେଲେ । କୋଟପାଡ଼ର ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝି ଆଜି ବିଧିବନ୍ଧଭାବେ ବିଜେଡିରେ ରେ ଯୋଗ ଦେଇଛନ୍ତି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ରମେଶ ମାଝି, ସୁବାସ ସିଂହ, ବିଜେଡି ବିଧାୟକ ପ୍ରତାପ ଦେବ, ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସଂପାଦକ ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ରବି ନନ୍ଦ ପ୍ରମୁଖଙ୍କ ଉପସ୍ଥିତିରେ ଚନ୍ଦ୍ରଶେଖର କଂଗ୍ରେସକୁ ବାଏ ବାଏ କହି ବିଜେଡିରେ ଯୋଗଦେଇଛନ୍ତି ।

ଚନ୍ଦ୍ରଶେଖରଙ୍କ ସହ ଶହ ଶହ କର୍ମୀ ଓ ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ୨୦୧୪ରେ କୋରପୁଟ କୋଟପାଡ଼ରୁ ବିଧାୟକ ଥିଲେ ଚନ୍ଦ୍ରଶେଖର । ୨୦୧୯ରେ କୋଟପାଡ଼ କଂଗ୍ରେସ ଦଳର ବିଧାୟକ ପାର୍ଥୀ ଥିଲେ । ପାଖାପାଖି ୬୦ ହଜାର ଭୋଟ ପାଇଥିଲେ ଚନ୍ଦ୍ରଶେଖର ମାଝି । ବିଜେଡିରେ ସାମିଲ ହେବା ପରେ ଚନ୍ଦ୍ରଶେଖର ମାଝି ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ, ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହେଲେ । ବିଜେଡିର ଛୋଟ କର୍ମୀ ଭାବେ କାମ କରୁଛି । ଏହି ଅବସରରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସାଂଗଠନିକ ଦକ୍ଷତାକୁ ସେ ଖୁବ ପ୍ରଶଂସା କରିଥିଲେ । ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଚନ୍ଦ୍ରଶେଖର ଦଳ ଛାଡିଲେ କୌଣସି ପ୍ରଭାବ ପଡ଼ିବନି ।

Share

Leave a Reply

Your email address will not be published. Required fields are marked *

14 − 10 =